ଫେରୁଛନ୍ତି ଆଇରନ୍ ମ୍ୟାନ୍

ନୂଆଦିଲ୍ଲୀ: ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିଥିବା ସିନେମା ‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଦୁଃଖ ମଧ୍ୟ ଦେଇଥିଲା।କାରଣ ସିନେମାରେ ଆଇରନ୍ ମ୍ୟାନ୍ଙ୍କ ମୃତ୍ୟୁ ହୋଇଯାଇଛି। ଏହା ଦର୍ଶକଙ୍କ ମନକୁ ବହୁତ ଦୁଃଖ ଦେଇଥିବା ସହ ଆଉ ଆଇରନ୍ ମ୍ୟାନ୍ ତଥା ରବର୍ଟ ଡାଉନି ଜୁନିୟରଙ୍କୁ ସିନେ ପରଦାରେ ଦେଖିପାରିବେ ନାହିଁ ବୋଲି ଭାବିସାରିଛନ୍ତି । କିନ୍ତୁ ଆଇରନ୍ ମ୍ୟାନ୍ଙ୍କ ଫ୍ୟାନ୍ଙ୍କ ପାଇଁ ଏକ ଖୁସି ଖବର ଆସିଛି ।ସେମାନେ ଆଇରନ୍ ମ୍ୟାନ୍ଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପାଇପାରିବେ।
ମାର୍ବଲ୍ ସିନେମ୍ୟାଟିକ୍ ୟୁନିଭର୍ସର ଅପ୍କମିଂ ସିନେମା ‘ବ୍ଲାକ୍ ୱିଡୋ’ରେ ଆଇରନ୍ ମ୍ୟାନ୍ ଚରିତ୍ର ଦେଖିବାକୁ ମିଳିବ। ଏବଂ ଏହି ଚରିତ୍ରରେ ରବର୍ଟ ଅଭିନୟ କରିପାରନ୍ତି। ସିନେମାଟି ୨୦୨୦ରେ ରିଲିଜ୍ ହେବ। କିନ୍ତୁସିନେମା ବିଷୟରେ ପ୍ରଯୋଜନା ସଂସ୍ଥା ପକ୍ଷରୁ କିଛି ଘୋଷଣା କରାଯାଇ ନାହିଁ।
‘ବ୍ଲାକ୍ ୱିଡୋ’ ମାର୍ବଲ୍ ସିନେମ୍ୟାଟିକ୍ ୟୁନିଭର୍ସର ୨୪ତମ ସିନେମା ହେବ। ଏହି ସିନେମାରେ ‘କ୍ୟାପ୍ଟେନ୍ ଆମେରିକା: ସିଭିଲ୍ ୱାର୍(2016)’ ପରର କାହାଣୀ ଗୁଡିକ ଦେଖିବାକୁ ମିଳିବ।
‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ସିନେମାରେ ଆଇରନ୍ ମ୍ୟାନ୍ଙ୍କ ମୃତ୍ୟୁ ହୋଇଥିଲା ଏବଂ ‘ବ୍ଲାକ୍ ୱିଡୋ’ ଚରିତ୍ରର ମଧ୍ୟ ମୃତ୍ୟୁ ହୋଇଥିଲା। ଅପ୍କମିଂ ସିନେମାରେ ସ୍କାର୍ଲେଟ୍ ଜନ୍ସନ୍ ହିଁ ‘ବ୍ଲାକ୍ ୱିଡୋ’ ଚରିତ୍ରରେ ନଜର ଆସିବେ। ହଲିଉଡ୍ର ହାଇଏଷ୍ଟ୍ ପେଡ୍ ଅଭିନେତ୍ରୀ ହେଉଛନ୍ତି ସ୍କାର୍ଲେଟ୍ । ଏହି ସିନେମାରେ ସ୍କାର୍ଲେଟ୍ଙ୍କର ମାର୍ବଲ୍ ସହ ହୋଇଥିବା ଚୁକ୍ତି ମଧ୍ୟ ଶେଷ ହୋଇଯିବ।