Odisha Link
Bridging the Missing Links in Odisha

ଅଚାନକ ଗସ୍ତ କରି ସତ ଦେଖିଲେ ମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରୁଛନ୍ତି ମନ୍ତ୍ରୀ। ପୂର୍ବପରି ଆଜି ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୁଣି ଥରେ ଅଚାନକ ଯାଞ୍ଚ କରିଛନ୍ତି। ଆଜି ସେ ବାଲିଅନ୍ତା ବିଇଓ କାର୍ଯ୍ୟାଳରେ ପହଞ୍ଚି ପରିସ୍ଥିତିର ଯାଞ୍ଚ କରିଛନ୍ତି। ଏହି ସମୟରେ ସକାଳ ୧୦ଟା ୪୦ ସୁଦ୍ଧା ମାତ୍ର ୨ ଜଣ କର୍ମଚାରୀ କାର୍ଯ୍ୟାଳୟ ଆସିଥିବା ଦେଖିବାକୁ ପାଇଥିଲେ। ତେବେ ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ମନ୍ତ୍ରୀ କହିଛନ୍ତି। ଏହା ପରେ ମନ୍ତ୍ରୀ ଶ୍ରୀ ଦାଶ ନୂଆପାଟଣା ୟୁପି ଓ ପ୍ରତାପ ଶାସନ ହାଇସ୍କୁଲ ଯାଞ୍ଚ କରିଥିଲେ।

Comments are closed.