Odisha Link
Bridging the Missing Links in Odisha

ରାମ ମନ୍ଦିର ପ୍ରସଙ୍ଗରେ ଏମିତି କହିଲେ ମୋଦି

ନାସିକ୍: ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ଏବେ ରାମ ମନ୍ଦିର ପ୍ରସଙ୍ଗ ବା ଅଯୋଧ୍ୟା ମାମଲା ଚର୍ଚ୍ଚାରେ। କାରଣ ଏବେ ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ନେତା ବିବାଦିୟ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି।

ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟ ଉପରେ ଭରସା ରଖିବା ଉଚିତ ବୋଲି ସେ କହିଛନ୍ତି। ଗତ ୨-୩ ସପ୍ତାହ ହେଲା ଅନେକ ବଡ଼ ଲୋକ ରାମ ମନ୍ଦିରକୁ ନେଇ ଅନେକ ମତ ରଖୁଛନ୍ତି। ଏପରି କହିବା ବଦଳରେ ସମ୍ୱିଧାନର ନିୟମ ଏବଂ ସୁପ୍ରିମକୋର୍ଟ ଉପରେ ଭରସା କରିବା ଉଚିତ୍ ବୋଲି ମୋଦି କହିଛନ୍ତି।

Comments are closed.