Odisha Link
Bridging the Missing Links in Odisha

କଲ୍ୟାଣକାରୀ ଯୋଜନା ଶ୍ରମିକମାନଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି: ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର :ଖାରବେଳ ଭବନରେ ଥିବା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ସମ୍ମିଳନୀ କକ୍ଷରେ ଉକ୍ତ ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଏକ ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ଦ୍ୱାରା ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏବଂ ଶିଳ୍ପରେ ନିରା ପତ୍ତା ବଜାୟ ରଖିବା କାର୍ଯ୍ୟକାରୀ ଇତ୍ୟାଦିରେ ସ୍ୱଚ୍ଛତା ଅବଲଞ୍ଚନ କରି ଉନ୍ନତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂ ପାଦନ କରି ସଂଗଠିତ ଓ ଅଣସଂଗଠିତ ଶ୍ରମିକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।

ସମସ୍ତ ବିଭାଗୀୟ କାର୍ଯ୍ୟକାରୀ କାରୀଙ୍କୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ପ୍ରମୁଖ ସଚିବ ଗର୍ଗ ପରାମର୍ଶ ଦେଇଥିଲେ । ବିଶେଷ କରି, ନିକଟରେ ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ କଲ୍ୟାଣକୁ ଆଖି ଆଗରେ ରଖି ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ନିୟମାବଳୀ, ୨୦୧୦କୁ ସଂଶୋଧନ କରି ୨୦୧୯ ଅଗଷ୍ଟ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହିନସଂଶୋଧନ ଫଳରେ ହିତାଧିକାରୀଙ୍କ ପଞ୍ଜୀକରଣ ଦେୟ ବାବଦରେ ୩୦ ଟଙ୍କା ଏବଂ ବାର୍ଷିକ ଦେୟ ୫୦ ଟଙ୍କାକୁ ସଂ ପୂର୍ଣ୍ଣରୂପେ ଉଚ୍ଛେଦ କରାଯାଇଛି ।

ପଞ୍ଜୀକୃତ ଶ୍ରମିକଙ୍କ ସଦସ୍ୟତା ନବୀକରଣ ଅବଧିକୁ ଏକ ବର୍ଷରୁ ତିନି ବର୍ଷକୁ ବୃଦ୍ଧି କରାଯାଇଛି । ଏହି ସଂଶୋଧିତ ନିୟମାବଳୀର ସଂପର୍କରେ ବ୍ୟାପକ ସଚେତନତା କରି ଅଣସଂଗଠିତ ଶ୍ରମିକମାନଙ୍କୁ ପଞ୍ଜୀକରଣ କରି ସେମାନଙ୍କୁ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ୍‌ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।ଇତି ମଧ୍ୟରେ ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ୬ ଜଣ ମୃତ ହିତାଧିକାରୀଙ୍କ ପରିବାର ବର୍ଗଙ୍କୁ ମୃତୁ୍ୟକାଳୀନ ସହାୟତା ବାବଦରେ ୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ପଦକ୍ଷେ ପ ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ଏହି ବିଭାଗର ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିରୀମାନେ ଉ ପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.