Odisha Link
Bridging the Missing Links in Odisha

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଓଡ଼ିଶା ସରକାର ଓ ରେଳବାଇ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ ନୂଆ କିର୍ତୀ ସ୍ଥାପନ ହେବାକୁ ଯାଉଛି ବୋଲି ଗୁରୁବାର ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନ ଠାରେ ଭିଡିଓ କନଫରେନ୍ସି ଜରିଆରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ପୂର୍ବତଟ ରେଳବାଇ ଏବଂ ଓଡିଶା ସରକାରଙ୍କ ମଧରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଗୋଟିଏ ଭଲ ଦିନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଆଜି ରେଳ ବିଭାଗ ଓ ଓଡିଶା ସରକାରଙ୍କ ମଧ୍ୟରେ ପ୍ରାରମ୍ଭିକ ବୁଝାମଣା ପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ରେଳ ଷ୍ଟେସନର ଉନ୍ନତିକରଣ ଓଡିଶାର ବିକାଶ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରେଳ ଷ୍ଟେସନର ଉନ୍ନତିକରଣ ହେବା ଫଳରେ ରାଜ୍ୟର ନାଗରିକ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁବିଧା ଦେବା ସହ ରାଜ୍ୟକୁ ଏକ ନୂଆ ପରିଚୟ ଦେବ ଓ ଏକ ନୂଆ ପର୍ଯ୍ୟଟକ ସ୍ଥଳି ହେବ। ଏହି କାର୍ଯ୍ୟରେ ସିଙ୍ଗାପୁରର ସୁର୍ବନାଜୁରମ ଭଳି ଏକ ପ୍ରତିଷ୍ଠିତ କନସୁଲଂଟାଂଟଙ୍କୁ ସାମିଲ କରିଥିବାରୁ ଶ୍ରୀ ପ୍ରଧାନ ରେଳ ବିଭାଗ ଓ ବିଡିଏକୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେଉଁ ରାଜ୍ୟରେ ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ବଡ ବ କୀର୍ତି ଅଛି ସେହିଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ ଆଧୁନିକ ସମୟର ଗୋଟିଏ ଭଲ କୀର୍ତି ସ୍ଥାପିତ ହେବା ଆନନ୍ଦର ବିଷୟ। ପ୍ରଧାନମନ୍ତ୍ରୀଙ୍କର ନୂଆ ଭାରତ ତିଆରି କରିବାର ଦୂରଦୃଷ୍ଟି ରହିଛି । ନୂଆ ଭାରତ ତେବେ ସମ୍ଭବ ହେବ ଯେବେ ନୂଆ ଓଡିଶା ଓ ନୂଆ ଭୁବନେଶ୍ୱର ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯୁଗ୍ମ ଭାବେ ୧୩୦ କୋଟି ଟଙ୍କା ଅନୁଦାନ ଦେବେ । ଆଜି ଏମଓୟୁ ସ୍ୱାକ୍ଷରିତ ହେବା ଅବସରରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ ।

Comments are closed.