Odisha Link
Bridging the Missing Links in Odisha

ଦ ଜୋୟା ଫ୍ୟାକ୍ଟର ଓ ପ୍ରସ୍ଥାନମ୍ କୁ ଟକ୍କର ଦେଲା ‘ପଲ ପଲ ଦିଲ୍ କେ ପାସ୍’

ମୁମ୍ବାଇ : ‘ପଲ ପଲ ଦିଲ୍ କେ ପାସ୍’ ସିନେମାଟି ୨୦ ସେପ୍ଟେମ୍ବରରେ ରିଲିଜ ହୋଇ ଯାଇଛି ।ଏହି ସିନେମାଟିକୁ ସନି ଦେୱଲ୍ ନିର୍ଦ୍ଦେଶନା ଦେଇଥିଲେ ।ତାଙ୍କ ପୁଅ କରନ ଦେୱଲ୍ ଡେବ୍ୟୁ କରେଥିବା ବେଳେ ଅପୋଜିଟରେ ସହର ବାମ୍ବା ଅଭିନୟ କରିଛନ୍ତି। ଏହା କରନ ଓ ସହର ବାମ୍ବା ଙ୍କ ପ୍ରଥମ ସିନେମା ।ସିନେମା ଟି ରିଲିଜ ପୂର୍ବରୁ କରଣଙ୍କ ଜେଜେବାପା ,ଧର୍ମେନ୍ଦ୍ର କହିଥିଲେ ଅଭିନେତାଙ୍କର ଅଭିନୟ ପ୍ରତି ଶିକ୍ଷା କେବେ ହେଲେ କମ୍ ହୁଏନାହିଁ ।

ସିନେମା ଟି ରୋମାଣ୍ଟିକ୍ ଲବ୍ ଷ୍ଟୋରୀ ହୋଇଥିବାରୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି ।ଏବଂ ସିନେମା ପ୍ରତି ଦର୍ଶକ ମାନଙ୍କର ପଜେଟିଭ ପ୍ରତିକ୍ରିୟା ମଧ୍ୟ ମିଳିଛି । ସିନେମାଟି ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି ।ସିନେମାଟି ଓପନିଙ୍ଗ ଡେ’ରେ ୧ କୋଟି ରୁ ୧.୧୦କୋଟି ଟଙ୍କା  ବ୍ୟବସାୟ କରିଛି । ସେହି ଦିନରେ ସୋନମ କାପୁରଙ୍କ, “ଦ ଜୋୟା ଫ୍ୟାକ୍ଟର” ଏବଂ ସଞ୍ଜୟ ଦତ୍ତଙ୍କ  “ପ୍ରସ୍ଥାନମ୍” ସିନେମା ରିଲିଜ୍ ହୋଇଥିଲା । କିନ୍ତୁ କରଣ ଦେୱଲ୍ ଙ୍କ ସିନେମା ଅନ୍ୟ ଦୁଇଟି ସିନେମା ତୁଳନାରେ ଭଲ ବ୍ୟବସାୟ କରିଛି ।’ପଲ ପଲ ଦିଲ୍ କେ ପାସ୍’ ସିନେମାଟି ୧.୧୦ କୋଟି ବ୍ୟବସାୟ କରିଥିବା ବେଳେ ଦ ଜୋୟା ଫ୍ୟାକ୍ଟର ୬୦-୭୫ ଲକ୍ଷ ଏବଂପ୍ରସ୍ଥାନମ୍ ସିନେମା୭୫-୮୦ ଲକ୍ଷ ବ୍ୟବସାୟ କରିଛି ।

Comments are closed.