Odisha Link
Bridging the Missing Links in Odisha

ରାସ୍ତାରେ ବଙ୍ଗୀୟ ଯୁବତୀଙ୍କ ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ଅର୍ଥାତ ବିଚ ରାସ୍ତାରେ ୨ ବଙ୍ଗୀୟ ଯୁବତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଟ୍ରାଫିକ ଜାମ କରି ସମ୍ପୃକ୍ତ ୨ ଯୁବତୀ ଉତ୍ପାତ କରିଛନ୍ତି। ସମ୍ପୃକ୍ତ ଯୁବତୀ ୨ ଜଣ କପିଳେଶ୍ୱର ରାସ୍ତା ମଝିରେ କାର ରଖିବାରୁ ଲୋକେ ପ୍ରତିବାଦ କରିଥିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା ଯୁବତୀମାନଙ୍କ ଉତ୍ପାତ। ସେମାନେ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବତୀ ଦୁଇ ଜଣ ନିଶାସକ୍ତ ଅବସ୍ଥାରେ ଥିବା ସୂଚନା ମିଳିଛି। ସେମାନଙ୍କ କାରରୁ ମଦ ବୋତଲ ଓ ସିଗାରେଟ ମିଳିଥିବା ସୂଚନା ମିଳିଛି। ତେବେ ଲିଙ୍ଗରାଜ ଥାନା ପୁଲିସ ସେମାନଙ୍କୁ ଅଟକ ରଖିଛି।

Comments are closed.