Odisha Link
Bridging the Missing Links in Odisha

ସାଢ଼େ ୬ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ରାଉରକେଲା : ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ଏକ ବଡ଼ ଧରଣର ଲୁଟ ହୋଇଛି। ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଜଣେ ଠିକା କମ୍ପାନୀ କର୍ମଚାରୀଙ୍କ ଠାରୁ ପ୍ରାୟ ୬ ଲକ୍ଷଟଙ୍କା ଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି। କର୍ମଚାରୀଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ୨ଜଣ ଦୁର୍ବୃତ୍ତ ଏହି ଲୁଟ କରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସେ ପୁଲିସକୁ ଖବର ଦେଇଛନ୍ତି।