Odisha Link
Bridging the Missing Links in Odisha

ପୁଣି ରଣବୀରଙ୍କ ଉପରେ ସଲମାନଙ୍କ ରାଗ

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ବିବାଦ ଥମୁନି । ଶାରୁଖାଁଙ୍କ ପରେ ପରେ ଏବେ ଆଉ ଜଣେ କଳାକାରଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି । କିନ୍ତୁ ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ଭାରି ଖାତିର୍ ଅଛି । ଅନେକ ବଡ଼ ବଡ଼ ପ୍ରଯୋଜକଓନିର୍ଦ୍ଦେଶକ ସମସ୍ତେ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି। ତାଙ୍କ ସହିତ ଶତ୍ରୁତା କରି କେହି ମହଙ୍ଗାରେ ପଡ଼ିବାକୁ ଚାହାନ୍ତି ନାହିଁ। ଏବେ ସଲ୍‌ମାନ୍‌ଙ୍କ ଟାର୍ଗେଟ୍‌ରେ ରଣବୀର କପୁର୍‌ ଅଛନ୍ତି । କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ରଣବୀରଓ ସଲ୍‌ମାନ୍‌ଙ୍କ ମଧ୍ୟରେ ଶତ୍ରୁତା ଥିଲା। ଏବେ ଏକ ସିନେମାର ଟାଇଟଲ୍‌କୁ ନେଇ ପୁରୁଣା ଶତ୍ରୁତା ଦେଖା ଦେଇଛି।

ସଲ୍‌ମାନ୍‌ଙ୍କ ସିନେମା ‘କିକ୍‌ ୨’ ଆଗକୁ ଆସୁଛି। ଏହି ସିନେମାରେ ତାଙ୍କ ଚରିତ୍ରର ନାଁ ଡେଭିଲ୍‌ ରହିଛି। ପୁଣି ତାଙ୍କ ମଧ୍ୟରେ ଶତ୍ରୁତା ହେବା କାରଣ ହେଉଛି ରଣବୀରଙ୍କ ସିନେମାର ନାଁ ‘ଡେଭିଲ୍‌’ ରଖା ହେଇଛନ୍ତି ଓ ସଲ୍‌ମାନ୍‌ଙ୍କ ତାଙ୍କ ‘କିକ୍‌ ୨’ ସିନେମାରେ ଡେଭିଲ୍‌ ଚରିତ୍ରରେ ନଜର ଆସୁଛନ୍ତି । ଯଦି ଦୁଇଟା ଯାକ ସିନେମା ପାଖାପାଖି ରିଲିଜ୍ ହୁଏ, ତାହା ଦର୍ଶକଙ୍କୁ ଦ୍ବନ୍ଦରେ ପକାଇ ପାରେ ବୋଲି ସଲ୍‌ମାନ୍‌ କହିଥିଲେ।
ଦର୍ଶକଙ୍କୁ ‘କିକ୍‌’ରେ ସଲମାନ୍‌ଙ୍କ ‘ଭେଡିଲ୍‌’ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ। ତେଣୁ ସଲମାନ୍‌ ଚାହୁଁ ନାହାନ୍ତି କି ରଣବୀରଙ୍କ ସିନେମାର ନାଁ ‘ଡେଭିଲ୍‌’ ରହୁ।

ସନ୍ଦୀପ ରେଡ୍ଡୀ ଟି-ସିରିଜ୍‌ରର ମାଲିକ ଭୂଷଣ କୁମାରଙ୍କ ସହ କଥା ହୋଇଥିଲେ ଓ ସେ ‘ଡେଭିଲ୍’ କାହାଣୀର ପ୍ରଯୋଜନା ଦାୟିତ୍ୱ ନେବାକୁ ରାଜି ହୋଇସାରିଛନ୍ତି । ସୂଚନା ଅନୁସାରେ, ସିନେମାଟି ଆସନ୍ତା ବର୍ଷରେ ରିଲିଜ୍ ହେବ। ସନ୍ଦୀପ ଏହା ପୂର୍ବରୁ ତେଲୁଗୁ ସିନେମା ‘ଅର୍ଜୁନ ରେଡ୍ଡି’ର ରିମେକ୍‌ ‘କବୀର ସିଂହ’ କରିଥିଲେ।ଏହି ସିନେମାଟି ବ୍ଳକ୍‌ବଷ୍ଟର୍‌ ହୋଇଥିଲା। ସେ ତାଙ୍କ ଆଗାମୀ ସିନେମାରେ ରଣବୀର କପୁରଙ୍କୁ ନେବାକୁ ଚାହୁଁଛନ୍ତି। ସେ ତାଙ୍କର ଏହି ନୂଆ ସିନେମାର ନାଁ ‘ଡେଭିଲ୍‌’, ରଖିଛନ୍ତି ଓ ସଲମାନଙ୍କୁ ଏହା ପସନ୍ଦ ଆସିନାହିଁ। ଏହା ଦେଖିବା ବାକି ରହିଲା କି ସଲ୍‌ମାନ୍‌ଙ୍କ ରାଗ ଦେଖି ରଣବୀର କଣ ପ୍ରତିକ୍ରିୟା ଦେଉଛନ୍ତି ।

Comments are closed.