Odisha Link
Bridging the Missing Links in Odisha

ହସ୍ତତନ୍ତ ସଂଗ୍ରହାଳୟରେ କଫି ଓ ହସ୍ତଶିଳ୍ପ ବଜାର

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଗଣ୍ଡମୁଣ୍ଡାଠାରେ ହସ୍ତଶିଳ୍ପ ସଂଗ୍ରହାଳୟ ସ୍ଥାପନ କରାଯାଇଛି। ଏହା କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ନାମରେ ନାମିତ ।ସେପେଫମ୍ବର ୨୫ ତାରିଖ ଦିନ ‘କଳାଭୂମି’ ପରିସରରେ ବିଭାଗ ପକ୍ଷରୁ ହସ୍ତଶିଳ୍ପ ବଜାରର ଆୟୋଜନ କରାଯାଇଛି । ଦିବା ୧ ଘଟିକାଠାରୁ ୫ ଘଟିକା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ହସ୍ତଶିଳ୍ପୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପର ବଜାର ପରିଦର୍ଶନ କରିପାରିବେ। ଦିବା ୨ ଘଟିକାଠାରୁ ୩ ଘଟିକା ପର୍ଯ୍ୟନ୍ତ ସଂଗ୍ରହାଳୟ ପରିସରରେ ପଞ୍ଚଇନ୍ଦ୍ରିୟ ବ୍ୟବହାରରେ ହ୍ୟାଣ୍ଡଲୁମ୍‌ ଟ୍ରେଲ୍‌ ଅନୁଷ୍ଠିତ ହେବ । ସଂଗ୍ରହାଳୟରେ ରହିଥିବା ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଯଥା:‘ମାଲବେରୀ’, ‘ଏରି’ ଓ ‘ଟସର’ କିପରି ପ୍ରସ୍ତୁତ କରାଯାଉଛି ତା’ର ପଦ୍ଧତି ସଂପର୍କରେ ଏହି ହସ୍ତତନ୍ତ ଟ୍ରେଲରେ ପ୍ରଦର୍ଶନ କରାଯିବ ।

ପରିଦର୍ଶକମାନେ ଭାରତରେ ଥିବା ‘ଇକତ୍‌’ ଓ ବିଦେଶର ‘ଇକତ୍‌’ର ଫଟୋ ଦେଖି ଓଡ଼ିଶାର ‘ଇକତ୍‌’ କିପରି ଭିନ୍ନ ଓ ସ୍ୱତନ୍ତ୍ର ସେ ସଂପର୍କରେ ଅବଗତ ହୋଇପାରିବେ । ଦିବା ୩ଟା ଠାରୁ ୩ଟା୪୫ ମିନିଟ୍‌ ପର୍ଯ୍ୟନ୍ତ ଉଇଲିୟମ୍‌ ଏନ୍‌. ବିଶେଲ୍‌ଙ୍କ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଇଲିୟମ୍‌ ନନ୍ଦ ବିଶେଲ୍‌ ୧୯୯୯ ମସିହାଠାରୁ ଫାବ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଟନ୍ତି । ସେ ମଧ୍ୟ କମ୍ପାନୀ ବୋର୍ଡର ଭାଇସ୍‌ଚେୟାରମ୍ୟାନ୍‌ ଓ ନିର୍ଦ୍ଦେଶକ ଅଛନ୍ତି । ସଂପ୍ରତି ୫୫ ହଜାର ହସ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ଫାବ୍‌ ଇଣ୍ଡିଆରେ ଉପଲବ୍ଧ ହେଉଛି ।

ବିସେଲ୍‌ ‘ଓଡ଼ିଶାର ହସ୍ତଶିଳ୍ପୀଙ୍କ ପାରମ୍ପରିକ ଦକ୍ଷତା ଏବଂ ଜ୍ଞାନ ଉପଯୁକ୍ତ ପରିବେଶ ଅନୁକୂଳ ଉତ୍ପାଦନ ଦ୍ୱାରା ଉଚ୍ଚମାନର ଲକ୍ଷାଧିକ ନିଯୁକ୍ତି ସୁଯୋଗ ଆଣିବା’ ଉପରେ ଅଭିଭାଷଣ ପ୍ରଦାନ କରିବେ ।ଇଛୁକ ପର୍ଯ୍ୟଟକମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କ ନାମ ଇମେଲ୍ [email protected] କିମ୍ବା ୦୮୦୪୬୮୦୯୩୫୮/୮୯୧୭୨୪୪୩୮୯କୁ ସଂପର୍କ କରିପାରିବେ ।

Comments are closed.