Odisha Link
Bridging the Missing Links in Odisha

ସବୁଠି ପ୍ଲାଷ୍ଟିକକୁ ନା

ଭୁବନେଶ୍ୱର: ଏଣିକି ଆଉ କୌଣସି ସ୍ଥାନରେ ବ୍ୟବହାର ହୋଇ ପାରିବ ନାହିଁ ପ୍ଲାଷ୍ଟିକ୍‌ ସେ ଅଫିସ୍‌ ହେଉ କିମ୍ବା ମିଟିଂ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।
ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅଫିସ୍‌ରେ ଓ ବିଭିନ୍ନ ମିଟିଂରେ ପ୍ଲାଷ୍ଟିକ୍ ପାଣି ବୋତଲ, କପ୍, ପ୍ଲେଟ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ସେତିକି ନୁହେଁ, ଅଫିସ ଏବଂ ମିଟିଂରେ ପ୍ଲାଷ୍ଟିକ୍ ଫାଇଲ୍, ବ୍ୟାନର, ପୋଷ୍ଟର ମଧ୍ୟ ନ ଲଗାବାକୁ ମଧ୍ୟ ନିର୍ଦ୍ଦେଶ ରହିଥିବା ଜଣାଯାଇଛି।

Comments are closed.