Odisha Link
Bridging the Missing Links in Odisha

ଦୁର୍ଗାପୂଜା ପାଇଁ ସ୍ବତନ୍ତ୍ର ୧୦ ଟ୍ରେନ

ଭୁବନେଶ୍ୱର: ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା। ଏଥିପାଇଁ ସବୁଠି ଜୋରଦାର ହୋଇ ସାରିଛି ପ୍ରସ୍ତୁତି। ଏହାକୁ ଦୃଷ୍ଟିରେ ରଖି ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନଗୁଡିକରେ ମାତ୍ରାଧିକ ଅପେକ୍ଷା ସୂଚୀ ଏଡାଇବାକୁ ଏହି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ସ୍ପେଶାଲ, ପୁରୀ-ଶାଲିମାର-ପୁରୀ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତ୍ରାଗଚ୍ଛିି-ଚେନ୍ନାଇ-ସନ୍ତ୍ରାଗଚ୍ଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର ଓ ହବିବ୍‌ଗଞ୍ଜ-ପୁରୀ-ହବିବ୍‌ଗଞ୍ଜ।
ପୁରୀ-ସନ୍ତ୍ରାଗଚ୍ଛି-ପୁରୀ ଟ୍ରେନ୍‌ (୦୮୪୦୩/୦୮୪୦୪) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ପୁରୀରୁ ରାତି ୯ଟା ୨୫ରେ ଛାଡ଼ିବ। ଏହି ତାରିଖ ମଧ୍ୟରେ ପୁରୀ-ଶାଲିମାର-ପୁରୀ ଟ୍ରେନ୍‌ (୦୮୦୩୭/୦୮୦୩୮) ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶନିବାର ୧୧ଟା ୫୫ରେ ପୁରୀରୁ ଛାଡ଼ିବ। ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ଟ୍ରେନ ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ଅପରାହ୍ନ ୧ଟା ୨୦ରେ ଛାଡିବ। କାଚେଗୁଡା-ଟାଟା-କାଚେଗୁଡା(୦୭୪୩୮/୦୭୪୩୯) ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଟାଟାରୁ ପ୍ରତି ମଙ୍ଗଳବାର ରାତି ୧୦ଟା ୫୦ରେ ଛାଡିବ। ସନ୍ତ୍ରାଗଚ୍ଛି-ଚେନ୍ନାଇ-ସନ୍ତ୍ରାଗଚ୍ଛି (୦୨୮୪୧/୦୨୮୪୨) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ସନ୍ତ୍ରାଗଚ୍ଛିରୁ ପ୍ରତି ଶୁକ୍ରବାର ଅପରାହ୍ନ ୧୨ଟା ୪୦ରେ ଓ ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇରୁ ପ୍ରତି ଶନିବାର ସନ୍ଧ୍ୟା ୬ଟା ୨୦ରେ ଛାଡିବ। ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ(୦୨୭୮୩/୦୨୭୮୪) ୩ ଅକ୍ଟୋବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ୬ଟାରେ ଛାଡିବ। ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର(୦୮୩୦୧/୦୮୩୦୨) ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସମ୍ବଲପୁରରୁ ପ୍ରତି ବୁଧବାର ସକାଳ ୯ଟା ୩୫ରେ ଛାଡିବ। ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ବନସଓ୍ବାଡିରୁ ପ୍ରତି ଗୁରୁବାର ରାତି ୧୧ଟା ୩୦ରେ ଛାଡିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା (୦୮୫୦୧/୦୮୫୦୨) ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ମଙ୍ଗଳବାର ରାତି ୧୧ଟାରେ ଛାଡିବ। ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସିକନ୍ଦରାବାଦରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୩୦ରେ ଛାଡିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ୭ ଅକ୍ଟୋବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ସୋମବାର ରାତି ୧୦ଟା ୫୫ରେ ଓ ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ତିରୁପତିରୁ ପ୍ରତି ମଙ୍ଗଳବାର ଅପରାହ୍ନ ୩ଟା ୩୦ରେ ଛାଡିବ। ହବିବଗଞ୍ଜ-ପୁରୀ-ହବିବଗଞ୍ଜ(୦୧୬୬୧/୦୧୬୬୨) ୩୦ ଅକ୍ଟୋବର ପର୍ଯ୍ୟନ୍ତ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ ଓ ପୁରୀଠାରୁ ପ୍ରତି ବୁଧବାର ଅପରାହ୍ନ ୩ଟାରେ ଛାଡିବାକୁ ବ୍ୟବସ୍ଥା କରାଯାଇଛି।

Comments are closed.