Odisha Link
Bridging the Missing Links in Odisha

ଜୈଶ୍‌ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଓ ଅଜିତ ଡୋଭାଲ୍‌

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ ସିକ୍ୟୁରିଟି ପାଇଥିବା ଗୋଟାଏ ଚିଠିରେ ଥିବା ତଥ୍ୟ ଏବେ ଚର୍ଚ୍ଚାରେ। ଚିଠିରେ ଉଲ୍ଲେଖ ଅଛି ଯେ, ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଆତଙ୍କବାଦୀ ସଙ୍ଗଠନ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଏବଂ ଏନ୍‌ଏସ୍‌ଏ ଡେଭାଲ୍‌ଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଛି।

ଫଳରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍‌ ରହିଛନ୍ତି। ଏଥିସହିତ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଭାରତ ସରକାରଙ୍କ ପଦକ୍ଷେପ ଲାଗି ମଧ୍ୟ ପ୍ରତିଶୋଧ ନିଆଯିବା ସଂକ୍ରାନ୍ତରେ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି।

ଏଥିସହିତ ଜମ୍ମୁ, ପଠାନକୋଟ, ଅମୃତସର, ଜୟପୁର, ଗାନ୍ଧୀନଗର, କାନପୁର, ଲକ୍ଷ୍ନୌ ସମେତ ୩୦ଟି ସହରରେ ଆକ୍ରମଣ କରିବାକୁ ଜୈଶ୍‌ ଏହି ଚିଠିରେ ଉଲ୍ଲେଖ କରିଛି।

Comments are closed.