Odisha Link
Bridging the Missing Links in Odisha

‘ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଲ୍’ ସିନେମା ଦ୍ବାରା ଜାଣିପାରିବେ ରାନୁଙ୍କ ଜୀବନ କାହାଣୀ

ମୁମ୍ବାଇ: ବଲିଉଡରେ ଜୋର ଧରିଛି ବାୟୋପିକ୍‌ ସିନେମା ।ସେମିତି ଆଉ ଜଣଙ୍କ ଜୀବନ ଉପରେ ତିଆରି ହେବାକୁ ଯାଉଛି ଆଉ ଏକ ବାୟୋପିକ୍ । ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଛି। ତାଙ୍କ ସୁମଧୁର କଣ୍ଠ ପାଇଁ ଆଜି ସେ ଘରେ ଘରେ ପରିଚିତ ହୋଇଛନ୍ତି। ସେ ରେଳ ଷ୍ଟେସନରେ ଗୀତ ଗାଈ ଭିକ ମାଗିଚଳୁ ଥିଲେ ।ବର୍ତ୍ତମାନ ସେ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି।

ରାନୁଙ୍କ ଜୀବନ କାହାଣୀରେ ପ୍ରଭାବିତ ହୋଇ ସିନେମା ନିର୍ମାତା ଋଷିକେଶ ମଣ୍ଡଳ ଏକ ବାୟୋପିକ୍‌ ତିଆରି କରିବାକୁ ଯାଉଛନ୍ତି। ଏହି ସିନେମାରେ ରାନୁଙ୍କ ଭୂମିକାରେ ସାଉଥ୍‌ର ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀ ଅଭିନୟ କରିବେ।ଏହା ବିଷୟରେ ସୁଦିପ୍ତା କହିଛନ୍ତି, ‘ମୋତେ ଫିଲ୍ମ ଅଫର୍‌ ମିଳିଛି, ହେଲେ ଏ ପର୍ଯ୍ୟନ୍ତ ମୋତେ ସିନେମାର ସ୍କ୍ରିପ୍ଟ ମିଳିନାହିଁ। ତେଣୁ ସ୍କ୍ରିପ୍ଟ ମିଳିବା ପରେ ହିଁ ମୁଁ ସିନେମା କରିବି କି ନାହିଁ ଚିନ୍ତା କରିବି।’

ସିନେମାରେ ପାଇଁ ରାନୁଙ୍କୁ ଗେଷ୍ଟ ଆପିୟରାନ୍ସ ଦେବାକୁ ଅନୁରୋଧ କରାଯାଇଛି। ସିନେମାକୁ ନେଇ ଋଷିକେଶ କହିଛନ୍ତି , ଯଦି ସୁଦିପ୍ତା ସିନେମା ପାଇଁ ରାଜି ହୋଇଯାଆନ୍ତି ତେବେ ଖୁବ୍‌ଶୀଘ୍ର ବାକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ୍‌ ହୋଇଯିବ ଏବଂ ସିନେମାର ସୁଟିଂ ଅକ୍ଟୋବର ଶେଷ ସୁଦ୍ଧା ଆରମ୍ଭ ହୋଇଯିବ।ସିନେମାର ସୁଟିଂ କିଛି ରାନୁଙ୍କ ହୋମ୍‌ଟାଉନ୍‌ ପଶ୍ଚିମବଙ୍ଗର ରାନାଘାଟ୍‌ ଓ କିଛି ଅଂଶ ମୁମ୍ବାଇରେ ହେବ।ସିନେମାକୁ ଶୁଭଜିତ୍‌ ମଣ୍ଡଳ ପ୍ରଯୋଜନା କରିବେ । ‘ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଲ୍’ ସିନେମାଟି ୨୦୨୦ ଫେବୃଆରୀରେ ରିଲିଜ୍‌ ହେବ।