Odisha Link
Bridging the Missing Links in Odisha

କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଗ ଭିଡ଼ିଛନ୍ତି। ପ୍ରାର୍ଥୀ ଚୟନରେ ସବୁ ଦଳ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ୫ଜଣିଆ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଯାଇଛି। ସେମାନେ ହେଲେ- ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ରବୀନ୍ଦ ପଣ୍ଡା
ତେବେ ଏହି ୫ ଜଣଙ୍କ ମଧ୍ୟରୁ ଅଭିଷେକ ଟିକଟ ପାଇବାନେଇ ଅଧିକାଂଶ ମତ ରଖିଥିବା ସୂଚନା ମିଳିଛି ।
ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ରାଜନୈତିକ ଦଳ ଲାଗି ବିଜେପୁର ଏସିଡ଼ ଟେଷ୍ଟ। ତେଣୁ ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି। ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା। ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ।

Comments are closed.