Odisha Link
Bridging the Missing Links in Odisha

ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବାବେଳେ ସମ୍ପର୍କ ଛିନ୍ନ ହୋଇନଥିଲା

ନୂଆଦିଲ୍ଲୀ: ଲ୍ୟାଣ୍ଡର ବିକ୍ରମକୁ ନେଇ ଇସ୍ରାେ ମୁଖ୍ୟ କେ.ସିବନ ନୂଆ ତଥ୍ୟ ଦେଇଛନ୍ତି। ମିଶନ୍‌ ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବାବେଳେ ସମ୍ପର୍କ ଛିନ୍ନ ହୋଇ ନ ଥିଲା ବରଂ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟରେ ପହଞ୍ଚି ଯାଇଥିଲା। ଲ୍ୟାଣ୍ଡର ବିକ୍ରମକୁ ନେଇ ଏଭଳି କିଛି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ୍‌।

ସେ କହିଛନ୍ତି, ‘ଲାଣ୍ଡର ବିକ୍ରମ ୩୦୦ ମିଟର ଦୂର ଯାହାକି ଚନ୍ଦ୍ରପୃଷ୍ଠରୁ ଅତି ନିକଟତରରେ ପହଞ୍ଚି ଯାଇଥିଲା। ଏପରିକି ଲ୍ୟାଣ୍ଡିଙ୍ଗ୍‌ ସମୟରେ ସବୁଠାରୁ ମୁଖ୍ୟ ଓ ଜଟିଳ ସ୍ତର ମଧ୍ୟ ଏହା ଅତିକ୍ରମ କରି ଦେଇଥିଲା। ହେଲେ ଯେତେବେଳେ ଆମେ ମିଶନର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲୁ, ସେତେବେଳେ ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇଥିଲା।’

ସୂଚନାଥାଉ କି, ପୂର୍ବରୁ କୁହାଯାଉଥିଲା କି ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ସାମାନ୍ୟ ତ୍ରୁଟି ଯୋଗୁ ଲାଣ୍ଡର ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଥିଲା। ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଖାଲି ଇସ୍ରୋ ନୁହେଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ବହୁ ପ୍ରଚେଷ୍ଟା କରାଯାଉଛି। ତେବେ ମିଶନ ଚନ୍ଦ୍ରଯାନ-୨ ଏହାର ୯୮ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି।

Comments are closed.