Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନରେ ୨ଟା ୩୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ ରାଷ୍ଟ୍ରପତି। ସେଠାରୁ ରାଜଭବନ ନଯାଇ ସିଧାସଳଖ ହେଲିକପ୍ଟର ଯୋଗେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଓହ୍ଲାଇବେ। ସେଠାରୁ ଗୋଳାବନ୍ଧ ଆର୍ମି ଏଡ କଲେଜକୁ ଯାଇ ରାତ୍ରିଯାପନ କରିବେ।
ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇ ଆର୍ମି ଏୟାର ଡିଫେନ୍ସ କର୍ପକୁ ସମ୍ମାନଜନକ ପ୍ରେସିଡେନ୍ସ କର୍ଲସ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି। ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ଠାରୁ ଆର୍ମି ଏଡ୍ କଲେଜ୍ ମୁଖ୍ୟ ଫାଟକ ରାସ୍ତା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୧୨ ପ୍ଳାଟୁନ୍ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

Comments are closed.