Odisha Link
Bridging the Missing Links in Odisha

ମାଇଁକୁ ହତ୍ୟା କଲା ଭଣଜା

ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ଗୟଳମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କନ୍ତଳା ଗାଁରେ ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଗୁଣି ଗାରେଡିକୁ ସଂଦେହ କରି ଭଣଜା ଅଙ୍କୁରା ବୀରୁଆ ନିଜ ମାଇଁ ଜିଙ୍ଗି ପୂର୍ତ୍ତିକୁ ହତ୍ୟା କରିଥିବା ପୋଲିସ ନିକଟରେ କହିଛି। ଗତକାଲି ରାତି ପାଖାପାଖି ସାଢେ ୮ଟାରୁ ୯ଟା ମଧ୍ୟରେ ଗାଁ ରାସ୍ତା ଦେଇ ଜିଙ୍ଗି ଘରକୁ ଫେରୁଥିବା ସମୟରେ ଗାଁ ନିକଟ ଏକ ନିଛାଟିଆ ରାସ୍ତାରେ ଅଭିଯୁକ୍ତ ଭଣଜା ଅଙ୍କୁରା ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଜିଙ୍ଗିର ମୃତ୍ୟୁ ହୋଇଥିଲା।

Comments are closed.