Odisha Link
Bridging the Missing Links in Odisha

ଆଜି ଓସିଏ ନିର୍ବାଚନ

କଟକ : ଆଜି ଓଡିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ। ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ସକାଳ ୯ ଟା ସୁଦ୍ଧା ଭୋଟର ମାନେ ଓସିଏ କନଫରେନ୍ସ ହଲରେ ପହଞ୍ଚିବାଲାଗି ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଥିଲା। ମତଦାନ କେନ୍ଦ୍ରରରେ ୨ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଭୋଟରଙ୍କୁ ଟୋକନ୍ ପ୍ରଦାନ କରାଯିବ। ଫଳରେ ସେମାନେ କ୍ରମାନ୍ବୟରେ ମତଦାନ କରିପାରିବେ।
୫ ପଦବୀ ପାଇଁ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ନିର୍ବାଚନରେ ଆଶୀର୍ବାଦ ବେହେରାଙ୍କ ପୁଅ ସଞୟ ବେହେରା ଏବଂ ଓସିଏର ପୁରୁଖା ମେମ୍ବର ନବ ପଟ୍ଟନାୟକ ସମ୍ପାଦକ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ସଭାପତି ପଦ ଲାଗି ଭେଟେରାନ କ୍ରିଡା ସଂଗଠକ ପ୍ରଦୀପ ଚୌହାନ ଏବଂ ପଙ୍କଜ ଲୋଚନ ମହାନ୍ତିଙ୍କ ଭିତରେ କଡ୍ଡା ମୁକାବିଲା ହେବ।
ତେବେ ଆଶୀର୍ବାଦ ସିବିଆଇ ଦ୍ବାରା ଗିରଫ ହେବା ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଜାମିନ ନାମଞୁର ହୋଇଥିବାରୁ ସେ ମତାଦାନ କରିପାରିବେ ନାହିଁ । ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀମାନଙ୍କୁ ମ୍ୟାଜିକ୍ ନମ୍ବର ୩୭ ହାସଲ କରିବାକୁ ହେବ ।

Comments are closed.