Odisha Link
Bridging the Missing Links in Odisha

ଜୁନାଗଡ଼ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ

ଜୁନାଗଡ଼: ଜୁନାଗଡ଼ରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆମୋଡ଼ ଆସିଛି। ଘଟଣା ସମ୍ପର୍କରେ ଗଣଦୁଷ୍କର୍ମ ପୀଡ଼ିତା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଡ୍ରାଇଭର ଲଳିନ୍ଦ୍ର ଶବରକୁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଛନ୍ତି। ଏପରିକି ଜଙ୍ଗଲରେ ଲଳିନ୍ଦ୍ର ହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ତେବେ ଲଳିନ୍ଦ୍ରକୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ପୀଡ଼ିତା ଜଣକ ପ୍ରଶ୍ନ କରିଛନ୍ତି। ଏପରିକି ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ, ଘଟଣା ଦିନ ଲଳିନ୍ଦ୍ର ଶବର ସହ ବାଇକରେ ଲିଫ୍ଟ ନେଇ ଯାଉଥିଲି। ରାସ୍ତାରେ ଲଳିନ୍ଦ୍ର ପାଖକୁ ବାରମ୍ବାର ମୋବାଇଲରେ କଲ ଆସୁଥିଲା। ଘଟଣାସ୍ଥଳରେ ଲଳିନ୍ଦ୍ର ଗାଡ଼ି ଧିମାଇଲା ଓ ୬ ଜଣ ଯୁବକ ମୋତେ ଉଠାଇ ନେଲେ। ଜଙ୍ଗଲରେ ଲଳିନ୍ଦ୍ର ହିଁ ମୋତେ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ପରେ ଆଉ ଜଣେ ଯୁବକ ମୋ ସହ ଦୁଷ୍କର୍ମ କରିଥିଲା। ଲଳିନ୍ଦ୍ର ମୁଖ୍ୟ ଖଳନାୟକ, ତାକୁ କାହିଁକି ଛାଡ଼ି ଦିଆଯାଉଛି। ଲଳିନ୍ଦ୍ର ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉ। ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ମୁଁ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଜଣକ କହିଛନ୍ତି।
ପ୍ରକାଶ ଯେ, ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ ସୁଟିଂ କରାଯାଇଥିଲା। ବାଇକରେ ଯାଉଥିବା ଯୁବତୀଙ୍କୁ ୪ ଜଣ ଅଭିଯୁକ୍ତ ଉଠାଇ ନେଇଥିଲେ। ଦୁଷ୍କର୍ମକାରୀ ଯୁବକମାନେ ନିକଟସ୍ଥ ଗ୍ରାମର ହୋଇଥିବାବେଳେ ସେମାନେ ଜଙ୍ଗଲରେ ଭୋଜି କରୁଥିଲେ। ତେବେ ଏହି ଘଟଣାରେ ପୁଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିଲା। ଦୁଷ୍କର୍ମ ଘଟଣାରେ ୪ ଜଣ ଓ ଭିଡିଓ ଭାଇରାଲ ଘଟଣାରେ ୩ଜଣଙ୍କୁ ଗିରଫ କରିଥିଲା। ତେବେ ଲିଫ୍ଟ ଦେଇଥିବା ଡ୍ରାଇଭରର କୌଣସି ଦୋଷନଥିବା ପୁଲିସ ପକ୍ଷରୁ କୁହାଯାଇଥିଲା।

Comments are closed.