Odisha Link
Bridging the Missing Links in Odisha

‘ବାଗି-୩’ରେ ନଜର ଆସିବେ ନୂଆ କଳାକାର

ମୁମ୍ବଇ:ଅହମଦ ଖାଁ ଙ୍କ ନିର୍ଦ୍ଦେଶିତ ‘ବାଗି’ ସିନେମାର ଦୁଇଟି ଯାକ ଭାଗ ସୁପରହିଟ୍ ହୋଇଥିଲା । ବର୍ତ୍ତମାନ ଏହାର ତୃତୀୟ ଭାଗ ରିଲିଜ ହେବ। ଏହି ସିନେମାର ମୁଖ୍ୟ ଭୂମିକାରେ ଟାଇଗର୍ ଶ୍ରଫ୍ ଓ ଶ୍ରଦ୍ଧା କପୁର ଙ୍କ ସହ ରିତେଶ ଦେଶମୁଖ୍ ମଧ୍ୟ ନଜର ଆସିବେ।‘ବାଗି’୨ରେ ଟାଇଗର୍ ଶ୍ରଫ୍ ଙ୍କ ସହ ଦିଶା ପଟାନି ଙ୍କୁ ଦେଖିବାକୁ ମିଳିଥିଲା।

ଏଥର ଆଉ ଜଣେ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ । ସେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ। ୨୦୦୯ରେ ଏକତା କପୁର ପ୍ରଯୋଜିତ ‘ପବିତ୍ର ରିସ୍ତା’ ଧାରାବାହିକରେ ଅଙ୍କିତା କାମ ଆରମ୍ଭ କରିଥିଲେ। ଏହି ଧାରା ବାହିକରେ ଅଙ୍କିତା ଲୋକପ୍ରିୟତା ହାସଲ କରିପାରିଥିଲେ । ଅଙ୍କିତା ପ୍ରଥମଥର ‘ମଣିକର୍ଣ୍ଣିକା’ ସିନେମାରେ କଙ୍ଗନା ରଣାୱତ୍‌ଙ୍କ ସହ କାମ କରିଥିଲେ । ତାଙ୍କ ଅଭିନୟକୁ ଦର୍ଶକ ମାନେ ପ୍ରଶଂସା କରିଥିଲେ ।

ଅଙ୍କିତା ଏହି ସିନେମା ପରେ ଅନ୍ୟ ଏକ ସିନେମା ପାଇଁ ଅପେକ୍ଷାରେ ଥିଲେ। ତାଙ୍କୁ ‘ବାଗି-୩’ରେ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି । ଏଥିରେ ଅଙ୍କିତା ଶ୍ରଦ୍ଧା କପୁରଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିବେ । ‘ବାଗି୩ ସିନେମାଟି ଫେବୃୟାରି ୦୬ ରେ ରିଲିଜ ହେବ।

Comments are closed.