Odisha Link
Bridging the Missing Links in Odisha

ଅମିତାଭଙ୍କ ସହ ଧମାଲ କରିବେ ଚିରଞ୍ଜୀବ

ନୂଆଦିଲ୍ଲୀ :ପ୍ରଥମ ଥର ପାଇଁ ଦୁଇଟି ମହାନ କଳାକାରଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ଚିରଞ୍ଜୀବ ତେଲଗୁ ସିନେମା ଇଣ୍ଡଷ୍ଟ୍ରି ସୁପରଷ୍ଟାର ହୋଇଥିବା ସମୟରେ ଅମିତାଭ ବଚ୍ଚନ ବଲିଉଡର ଅମିତାଭ ବଚ୍ଚନ ଅଟନ୍ତି । ଦୁଇ ମହାନାୟକଙ୍କୁ ଆଗାମୀ ସିନେମା ସଈ ରା ନରସିମହା ରେଡୀ ରେ ନଜର ଆସୁଛନ୍ତି । ଏହାର ଟ୍ରେଲର ରିଲିଜ ହୋଇଯାଇଛି ଓ ଟ୍ରେଲରଟି ଏତେ ଧମାକାଦାର ରହିଛି ଯେ, ଟ୍ରେଲର ରିଲିଜ ହେଉ ହେଉ ଟ୍ଵିଟରରେ ଏହା ଛାଇ ଯାଇଛି।ଦର୍ଶକ ମାନେ ଏହି ସିନେମାର ଟ୍ରେଲର ଅପେକ୍ଷା ରହିଥିଲେ ।

ଟ୍ରେଲର ଟି ୫ଟି ଭାଷାରେ ରିଲିଜ୍ ହୋଇଛି। ୟୁଟ୍ୟୁବରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡୀ ଭାଷାରେ ଦେଖା ଯାଇଛି। ସିନେମାଟି ଡବିଂ ହେଲେ ମଧ୍ୟ ଲିପସିଂରେ କୌଣସୀ କମି ନଜର ଆସିନାହିଁ । ଏହି ସିନେମାଟି ଯୋଦ୍ଧା ଅୟ୍ୟାଲାବାଦା ନରସିମହା ରେଡୀଙ୍କ କାହାଣୀ ଉପରେ ଆଧାରିତ। ସେ ଅଂଗ୍ରେଜଙ୍କ ବିରୋଧରେ ଯୁଦ୍ଧ କରୁଥିବା ଦେଖିବାକୁ ମିଳିଛି। ଏହି ସିନେମା ରେ ଅମିତାଭ ବଚ୍ଚନ, ନରସିମହା ରେଡୀଙ୍କ ଗୁରୁ ଭୂମିକାରେ ଅଛନ୍ତି। ଅମିତାଭ ଏବଂ ଚିରଞ୍ଜୀବଙ୍କ ଦମଦାର ଆକ୍ଟିଙ୍ଗ କମାଲ କରୁଛି। ।

ସିନେମାଟି ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ସଈ ରା ନରସିମହା ରେଡୀ ସିନେମାଟିକୁ ସୁରେନ୍ଦ୍ର ରେଡୀ ନିର୍ଦ୍ଦେଶନା ଦେଇଛନ୍ତି । ସିନେମାଟି ରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Comments are closed.