Odisha Link
Bridging the Missing Links in Odisha

ମହାନଦୀ ଜଳବିବାଦ: “ଆସେସର” ନିଯୁକ୍ତି ହେବେ

ନୂଆଦିଲ୍ଲୀ: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଆଜି ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ । ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ୩୦ ଅକ୍ଟୋବରରୁ ନଭେମ୍ବର ୨ମଧ୍ୟରେ ଛତିଶଗଡ଼ ଯିବ ଓଡ଼ିଶା ଟିମ୍। ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଆସିବ ଛତିଶଗଡ଼ ଟିମ୍। ଆଜି ଏହି ସୂଚନା ଦେଇଛନ୍ତି ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା।

ଏହି ମାମଲା ନେଇ ଡିସେମ୍ବର ୨ ତାରିଖ ସୁଦ୍ଧା ‘ଆସେସର’ ନିଯୁକ୍ତି ହେବେ। ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି।

Comments are closed.