Odisha Link
Bridging the Missing Links in Odisha

ସର୍ପାଘାତରେ ଚାଲିଗଲା ଜଣଙ୍କର ଜୀବନ

ଯାଜପୁର: ଯାଜପୁର ଜିଲ୍ଲା କୋଟବସନ୍ତପୁର ଗ୍ରାମରେ ଆଜି ସାପ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି। ମୃତକଙ୍କ ନାମ ଗଣେଷ ଚନ୍ଦ୍ର ସାହୁ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଗଣେଷ ଆଜି ସକାଳ ୭ଟାରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ। କଦଳୀପତ୍ର କାଟୁଥିବା ଅବସ୍ଥାରେ ଏକ ବିଷଧର ସର୍ପ ତାଙ୍କ ମୁହଁକୁ ଆଘାତ କରିଥିଲା। ସଙ୍ଗେ ସଙ୍ଗେ ସେ ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ଚେତା ଶୁନ୍ୟ ହେଇ ଯାଇଥିଲା। ଘର ଲୋକେ ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତରଙ୍କ ପ୍ରାଥମିକ ପରିକ୍ଷା ପରେ ତାଙ୍କୁ ମୃତ ଘେଷଣା କରାଯାଇଛି। ଖବର ପାଇ ଯାଜପୁର ଥାନା ପୁଲିସ ମୋଡ଼ିକାଲରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇଛି।

Comments are closed.