Odisha Link
Bridging the Missing Links in Odisha

ଭୁଲ୍-ଭୁଲୈୟା-୨ରେ କାର୍ତ୍ତିକ ଓ କିଆରା

ଭୁବନେଶ୍ବର: ବଲିଉଡ ନିର୍ଦ୍ଦେଶକ ଅନେଶ ବାଜମେଙ୍କ ସିନେମା ‘ଭୁଲ୍-ଭୁଲୈୟା-୨’ସିନେମା ପ୍ରସ୍ତୁତ ହେବାକୁ ଯାଉଛି । ୨୦୦୭ ମସିହାରେ ‘ଭୁଲ୍-ଭୁଲୈୟା’ ସିନେମାଟି ରିଲିଜ ହୋଇଥିଲା ’ ,ଏଥିରେ ଅକ୍ଷୟ କୁମାର ଓ ବିଦ୍ୟାୱାଲନ ଲିଡ୍ ଚରିତ୍ରରେ ଅଭିନୟ କରିଥିଲା । ସିନେମାଟି ଦର୍ଶକଙ୍କ ମନକୁ ବେଶ୍ ପସନ୍ଦ ଆସିଥିଲା ।

‘ଭୁଲ୍-ଭୁଲୈୟା-୨’ ରେ ଅକ୍ଷୟଙ୍କ ପରିବର୍ତ୍ତେ କାର୍ତ୍ତକ ଆର୍ୟ୍ୟନ୍ ଙ୍କୁ ଦେଖିବାକୁ ମିଳିବା ସହ ତାଙ୍କ ବିପକ୍ଷରେ କିଆରା ଆଡଭାନୀ ମଧ୍ୟ ନଜର ଆସିବେ । ପ୍ରଥମେ କରୀନା କପୁରଙ୍କୁ ଏହି ସିନେମା ପାଇଁ ପ୍ରସ୍ତାବ ଦିଆଯାଇଥିଲା ହେଲେ ତାଙ୍କ ପାଖରେ ସମୟ ନଥିବାରୁ ସେ ନିର୍ଦେଶକଙ୍କୁ କିଛି ମାସ ଅପେକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କରୀନାଙ୍କ ପ୍ରସ୍ତାବକୁ ୟୁନିଟ୍ ଗ୍ରହଣ ନ କରି, କିଆରାଙ୍କୁ ସୁଯୋଗ ଦେଇଛି। କିଆରା ଆଡଭାନୀଙ୍କ ‘କବୀର ସିଂ’ ସିନେମାରେ ତାଙ୍କର ଦମ୍‌ଦାର୍ ଅଭିନୟ ଲୋକଙ୍କ ମନକୁ ଛୁଇଁ ଦେଇଥିଲା । ‘ଲକ୍ଷ୍ମୀ ବମ୍’ ହରର୍ ସିନେମାରେ କିଆରା ଅକ୍ଷୟ କୁମାର ସହ କାମ କରୁଛନ୍ତି । ସେ କହିଛନ୍ତି ତାଙ୍କର ଏହା ପ୍ରଥମ ହରର୍ ସିନେମା।


ଏବେ କାର୍ତ୍ତକଙ୍କ‘ ଭୁଲ୍-ଭୁଲୈୟା-୨ର ପ୍ରଥମ ଲୁକର ପୋଷ୍ଟର ରିଲିଜ ହୋଇଯାଇଛି । ଏଥିରେ ସେ ଗେରୁଆ ରଙ୍ଗର ପୋଷାକ ପିନ୍ଦିଛନ୍ତି । ସୂଚନା ଅନୁସାରେ ଏହି ସିନେମାଟି ଜୁଲାଇ ୩୧,୨୦୨୦ ରେ ରିଲଜ ହେବ ।

Comments are closed.