Odisha Link
Bridging the Missing Links in Odisha

ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଓଡ଼ିଆ ଆଇଏଏସ!

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗକୁ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଅଡ଼ୁଆ ବଢ଼ିପାରେ। କାରଣ ଏହି ମାମଲାରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲ୍ଲରଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଇଏନଏକ୍ସ ସ୍କାମରେ ଓଡ଼ିଆ ଆଇଏସଙ୍କ ନାମ ସାମିଲ ହୋଇଛି। ଆଇଏନଏକ୍ସ ମିଡିଆ ସ୍କାମରେ ଜଣେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସଙ୍କ ନାଁ ଉଠିଛି। ସେ ହେଉଛନ୍ତି ଅବସରପ୍ରାପ୍ତ କର୍ଣ୍ଣାଟକ କ୍ୟାଡର ଓଡ଼ିଆ ଆଇଏଏସ ଅନୁପ ପୂଜାରୀ। ଏହି ମାମଲାରେ ଅନୁପଙ୍କ ସହ ୪ ଜଣ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ହେଉଛି। ସମ୍ପୃକ୍ତ ୪ ଅଧିକାରୀଙ୍କ ମଧ୍ୟରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲରଙ୍କ ନାମ ରହିଛି। ତେବେ ଏମାନଙ୍କ ବିରୋଧରେ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗିରଫ ହୋଇଛନ୍ତି।

Comments are closed.