Odisha Link
Bridging the Missing Links in Odisha

ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ

ଭୁବନେଶ୍ବର: ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଦଲାଲଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରତ୍ୟେକ ଆରଟିଓ ଏବଂ ଅନ୍ୟ କେନ୍ଦ୍ର ବାହାରେ ସୂଚନା ଫଳକ ଲାଗିବ। ସେହିପରି କୌଣସି କାମ ପାଇଁ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଆଉ ଏକ ସୂଚନା ଫଳକ ଜରିଆରେ ଲୋକଙ୍କୁ ସଚେତନ କରାଯିବ। ଆରଟିଓରେ କାର୍ଯ୍ୟରତ ସରକାରୀ କର୍ମଚାରୀ ନୀଳ ରଙ୍ଗର ଫିତା ଥିବା ପରିଚୟପତ୍ର ରଖିବେ। ନିୟୋଜିତ ଘରୋଇ ସଂସ୍ଥାର କର୍ମଚାରୀ ସବୁଜ ଏବଂ ସ୍ମାର୍ଟଚିପ୍‌ ଲିମିଟେଡ୍‌ କମ୍ପାନୀର କର୍ମଚାରୀମାନେ ହଳଦିଆ ରଙ୍ଗର ଫିତା ଥିବା ପରିଚୟପତ୍ର ରଖିବେ। ଜନସାଧାରଣ ସେମାନଙ୍କ ପରିଚୟପତ୍ର ଯେପରି ଦେଖିପାରିବେ ତାହା କର୍ମଚାରୀମାନେ ସୁନିଶ୍ଚିତ କରିବେ।

ଆରଟିଓ ପ୍ରବେଶ ପ୍ରଥ ନିକଟରେ ଏକ ବଡ଼ ସୂଚନା ଫଳକରେ ସେଠାରେ ମିଳୁଥିବା ସମସ୍ତ ସେବା ଓ ତାହାର ଦେୟ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ସେହିପରି ଜନସାଧାରଣଙ୍କ ସୁବିଧା ପାଇଁ ସମସ୍ତ ଆରଟିଓରେ ଇ-କିଓସ୍କ ଖୋଲିବ। ସେଠାରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇ ଲୋକଙ୍କୁ ସବୁ ପ୍ରକାର ସୂଚନା ଦେବା ବ୍ୟବସ‌୍ଥା ପାଇଁ ଆରଟିଓ ପଦକ୍ଷେପ ନେବେ। ଶ୍ରୀ ପଣ୍ଡା କହିଛନ୍ତି, କଜନସାଧାରଣ ମଧ୍ୟ ସହଯୋଗ କରିବା ଆବଶ୍ୟକ। ଯଦି ଆରଟିଓରେ କୌଣସି ପ୍ରକାର ବେଆଇନ୍‌ କାର୍ଯ୍ୟକଳାପ ହେଉଥାଏ ତେବେ ଲୋକେ ରାଜ୍ୟ ପରିବହନ ପ୍ରାଧିକରଣକୁ ଟ୍ବିଟର୍‌ ଯୋଗେ କିମ୍ବା ଫୋନ୍‌ କରି ଅଭିଯୋଗ କରିପାରିବେ। ଏହା ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଆରଟିଓକୁ ଦଲାଲମୁକ୍ତ କରାଯିବ ବୋଲି ସେ କାହିଛନ୍ତି।

Comments are closed.