Odisha Link
Bridging the Missing Links in Odisha

ଚିତା ବାଘ ଆକ୍ରମଣରେ ଜଣେ ଗୁରୁତର

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଦୁର୍ଗାପୁର ଜଙ୍ଗଲ କୁରୁଟାପ ନିକଟରେ ଚିତା ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଅନ୍ତୁଳିୟା ଗ୍ରାମର ଚିତ୍ତରଞ୍ଜନ ଦଳବେହେରା।
ମିଳିଥିବା ସୂଚନା ଅନୁସାରେ, ଚିତ୍ତରଞ୍ଜନ ଆଜି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଚିତାବାଘ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ଚିତ୍ତରଞ୍ଜନଙ୍କୁ ଅନୁଗୋଳ ମେଡିକାଲକୁ ପଠାଯାଇଛି। ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି।

Comments are closed.