Odisha Link
Bridging the Missing Links in Odisha

ସ୍ମାର୍ଟସିଟି ସୁରକ୍ଷା ଚିନ୍ତା: ଆବଶ୍ୟକ ହେବ ୫୦୦୦ ସିସିଟିଭି

ଭୁବନେଶ୍ବର: ରାଜଧାନୀରେ ଛିନ୍‌ତାଇ, ଲୁଟ୍‌ ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ୍‌ ସହଭାଗିତାରେ ରାଜଧାନୀର ମୁଖ୍ୟ ରାସ୍ତା ସହିତ ଗଳିକନ୍ଦିରେ ସିସିଟିଭି ଯୋଜନା କରିଛି। ଏନେଇ ସରକାରୀ ବ୍ୟୟ ବରାଦ ଅଧିକ ହୋଇପଡ଼ିବ। ତେଣୁ କମିସନରେଟ୍‌ ପୁଲିସ ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଅଞ୍ଚଳର ଧନୀକ ବ୍ୟକ୍ତି, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍, କ୍ଳବ୍‌ ଓ ଆବାସିକ ସଂଘଗୁଡ଼ିକ ସହିତ ଆଲୋଚନା ଜାରି ରଖିଛି। ସେହିପରି ସିଆଇଆଇର ସଦସ୍ୟଙ୍କ ସହିତ ଆଲୋଚନା କରାଯାଇଥିବା କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସହରର ଗଳିକନ୍ଦିରେ ସିସିଟିଭି ଲାଗିଲେ ଜନସାଧାରଣ ଅଧିକ ସୁରକ୍ଷିତ ହୋଇପାରିବେ। ଅପରାଧୀଙ୍କ ଦୌରାତ୍ମ୍ୟ ଉପରେ ନଜର ରଖିବା ସହଜ ହେବ। ନିକଟରେ ସହରରେ ଅନେକ ଲୁଟପାଟ୍‌ ଗଟଣାରେ ସିସିଟିଭି ମାଧ୍ୟମରେ ପୁଲିସ ଅନେକ ଛିନ୍‌ତାଇ ଗ୍ୟାଙ୍ଗକୁ ଠାବ କରିବାରେ ସମର୍ଥ ହୋଇଛି। ତେଣୁ ସାରା ସହର ଏବଂ ଏହାର ଗଳିକନ୍ଦିରେ କିଭଳି ସିସିଟିଭି ଲାଗିବ ସେନେଇ କମିସନରେଟ୍‌ ପୁଲିସ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ସ୍ମାର୍ଟସିଟି ପ୍ରକଳ୍ପରେ ସହରର ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ନଜର ରଖାଯାଇ ପାରୁଛି। ତେବେ ଅନ୍ୟ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ ହେଲେ ପ୍ରାୟ ୫୦୦୦ ସିସିଟିଭି ଆବଶ୍ୟକତା ରହିଛି ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।

Comments are closed.