Odisha Link
Bridging the Missing Links in Odisha

ସାଂସଦଙ୍କ କଥା ଶୁଣିଲାନି ପୋଲିସ୍: ପଡ଼ୋଶୀଙ୍କ ଉତ୍ପାତ ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼୍ ଅଭିନେତା ସାଂସଦଙ୍କ ଅଭିଯୋଗକୁ ପୋଲିସର ଅଣଦେଖା। ପଡ଼ୋଶୀଙ୍କ ଉତ୍ପାତ ନେଇ ଅନୁଭବ ମହାନ୍ତି ଗତ ରାତିରେ ଅଭିଯୋଗ କରିଥିଲେ। ଘଟଣା ଘଟିବାର, ଏତେ ସମୟ ବିତିଯାଇଥିଲେ ହେଁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛି। ଉତ୍ପାତ କରୁଥିବା ଯୁବକଙ୍କୁ ଗିରଫ କରିବା ବଦଳରେ କଟକ ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି। ଘଟଣାକୁ ନେଇ ଆଜି ଟ୍ୱିଟରରେ କମିସନରେଟ୍ ପୋଲିସର ସାହାଯ୍ୟ ଭିକ୍ଷା କରିଛନ୍ତି ଅନୁଭବ।
ମିଳିଥିବା ସୂଚନା ଅସୁନାରେ ଗତ ରାତିରେ ଅନୁଭବ ମହାନ୍ତିଙ୍କ ନନ୍ଦିସାହି ସ୍ଥିତ ବାସଭବରେ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ। ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ। କ’ଣ ହେଲା ବୋଲି ପଚାରିଥିଲେ। ହେଲେ ଗଣ୍ଡଗୋଳ କରିଥିବା ଯୁବକ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ। ତେବେ ଏହି ଘଟଣା ନେଇ ଅନୁଭବ ମହାନ୍ତି ପୋଲିସଙ୍କୁ ଫୋନ୍ କରିଥିଲେ ହେଁ, ବିଳମ୍ବରେ ପହଞ୍ଚିଥିଲା ପୋଲିସ୍। ବିଳମ୍ବରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନଥିଲା। ଏପରିକି ଓଲଟି ସାଂସଦ ଅନୁଭବ ମହାନ୍ତିଙ୍କୁ କଟକ ପୂରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥଲେ।
ପ୍ରତ୍ୟେକ୍ଷଦର୍ଶୀଙ୍କ ମାନେ ମଧ୍ୟ ସମାନ କଥା କହୁଛନ୍ତି। ସ୍ଥାନୀୟ ଲୋକଙ୍କର କିଛି ଭିଡ଼ିଓ ଓ ପ୍ରତ୍ରିକ୍ରିୟା ମଧ୍ୟ ସାଂସଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏହାସହ ଏହି ଘଟଣାକୁ ନେଇ କମିସନରେଟ୍ ପୋଲିସକୁ ଟ୍ୟାଗ୍ କରି ସାହାଯ୍ୟ ଭିକ୍ଷା କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏଇଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ପୋଲିସ ଯେଉଁଠି ସାଂସଦଙ୍କ କଥା ଶୁଣୁନି, ସାଧାରଣ ଲୋକଙ୍କ କଥା ବୁଝିବ କିଏ।

Comments are closed.