Odisha Link
Bridging the Missing Links in Odisha

ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀ

ଭୁବନେଶ୍ବର: ଏଣିକି ବିଦେଶ ଗସ୍ତରେ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ମନ୍ତ୍ରୀ,ସାଂସଦ ଓ ବିଧାୟକ। ଏଥିସହିତ ସରକାରୀ ଅଫିସର୍ ମଧ୍ୟ ଏଥିରୁ ବାଦ ପଡ଼ିବେନି। ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ପକ୍ଷରୁ ଏହି ଚିଠି କରାଯାଇଛି।

ବିଧାୟକ, ସାଂସଦ ଓ ସରକାରୀ ଅଧିକାରୀଙ୍କ ଗସ୍ତ ସୂଚୀକୁ ନେଇ ଏକ ବିବରଣୀ ତିନି ସପ୍ତାହ ପୂର୍ବରୁ ଦେବାକୁ ଚିଠିରେ କୁହାଯାଇଛି। ବିଦେଶ ଗସ୍ତର ସବିଶେଷ ତଥ୍ୟ ବହୁବାର ବିଭାଗର ହସ୍ତଗତ ହେଉ ନାହିଁ। ଏହାସହ ଉପଯୁକ୍ତ ସମୟରେ ଏହା ଦାଖଲ ମଧ୍ୟ ହେଉନାହିଁ। ତେଣୁ ଏଦିଗରେ ସମସ୍ୟା ଦେଖାଯିବାରୁ ଏପରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିବା ଉଲ୍ଲେଖ ରହିଛି।

Comments are closed.