Odisha Link
Bridging the Missing Links in Odisha

‘ବିଗ୍‌ବସ୍‌’ ରେ ଏଣ୍ଟ୍ରି କଲେ ୧୩ ସେଲେବ୍ରିଟି

ଭୁବନେଶ୍ବର: ଦର୍ଶକ ମାନଙ୍କ ଲୋକ ପ୍ରିୟ ଧାରାବାହିକ ବିଗ୍ ବସ ସିଜିନ ୧୩ ଆରମ୍ଭ  ହୋଇସାରିଲାଣି । ଶନିବାର ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଥିଲା ପୂର୍ବଭଳି ଏଥର ମଧ୍ୟ ସଲମାନ ଖାନ୍‌ ଧମାକଦାର୍ ଅନ୍ଦାଜରେ ଶୋ’ର ଓପନିଂ କରିଥିଲେ। ସିଜିନ ୧୩ ରେ ବହୁତ ସାରା ଟୁଇଷ୍ଟ ଦେଖା ଦେଖିବାକୁ ମିଳିବ। କିନ୍ତୁ ଆପଣ ଜାଣିନଥିବେ ଏହି ବିଗ୍ ବସ ଘରଟିକୁ ୬୦୦ ଜଣ ଶ୍ରମିକ ୬ ମାସରେ ପ୍ରସ୍ତୁତ କରିଦେଇଥିଲେ । ଏହି ଘରଟିରେ ଆଦୈା ପ୍ଳାଷ୍ଟିକ ବ୍ୟବହାର କରାଯାଇ ନାହିଁ । ଘରଟିକୁ ପିଓପିରେ ତିଆରି କରାଯାଇଛି । ଏବଂ ଏଥି ନିମନ୍ତେ ଅଧିକ ଟଙ୍କା ବିନିଯୋଗ ହୋଇଛି ।ଏହା ପରିବର୍ତ୍ତନ ହେବା ନିହାତି ଆବଶ୍ୟକ କାରଣ ପ୍ଳାଷ୍ଟିକ ପରିବେଶ ପାଇଁ କ୍ଷତି କାରକ । ଘରଟିରେ ୯୩ ଟି କ୍ୟାମେରା ଲାଗିଛି ,ପ୍ରତିଯୋଗିଙ୍କର ମୁଭମେଣ୍ଟ ଉପରେ ନଜର ରଖିବା ପାଇଁ ୧୪ ଟି କ୍ୟାମେରା ତାଙ୍କ ବେଡରୁମରେ ଲଗାଯାଇଛି।


ଏଥିରେ ରଶ୍ମି ଦେଶାଇ,ସିଦ୍ଧାର୍ଥ ଶୁକ୍ଳା,ସେହେନାଜ ଗିଲ,ଅଶ୍ବିନି କୋଲ,ପାରସ ଛାବ୍ରା,ଦେବଲିନା ଭଟ୍ଟାଚାର୍ଯ୍ୟ,ଦଲଯିତ କୋର,ସିଦ୍ଧାର୍ଥ ଦେଓ, କୋଏନା ମିତ୍ରା ,ଅବୁ ମଲ୍ଲିକ୍ ,ଶେଫାଳି ବଗ୍ଗା ,ଆରତି ସିଂହ ଆଦି ୧୩ ଜଣ ପ୍ରତିଯୋଗିଙ୍କୁ ଦେଖିବାକୁ ମିଳିବ। ବିଗ୍ ବସ ଘରଟି ଦଖିବାକୁ ଅତି ସୁନ୍ଦର ହୋଇଛି । ଏଥର ପ୍ରତିଯୋଗିଙ୍କୁ ବିଭିନ୍ନ କାମ ବଣ୍ଟା ଦିଆ ଯାଇଛି ।

Comments are closed.