Odisha Link
Bridging the Missing Links in Odisha

ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବର୍ତ୍ତନ, ଏଣିକି ୧୦ରୁ୪

ଭୁବନେଶ୍ବର: ରାଜ୍ୟରେ ସମସ୍ତ ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବରର୍ତ୍ତନ ହୋଇଛି। ଏଣିକି ବ୍ୟାଙ୍କ ଅବଧି ସମୟ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କରର୍ସ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିବର୍ତ୍ତନ ଆସନ୍ତାକାଲିଠୁ ରାଜ୍ୟରେ ଥିବା ସମସ୍ତ ସରକାରୀ ବ୍ୟାଙ୍କରେ ଲାଗୁ ହେବ।

ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତଭାବେ ଏହି ନିଷ୍ପତ୍ତି ଲାଗୁ ହେବ। ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଏସଏଲବିସିରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟୟ କହିଛନ୍ତି ଯେ, ସମାନ ସମୟ ଅବଧି ପାଳନ ପାଇଁ ଘରୋଇ ବ୍ୟାଙ୍କ ବି କୁହାଯାଇଛି।

Comments are closed.