Odisha Link
Bridging the Missing Links in Odisha

ଏକାମ୍ରରୁ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟାମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଜନ ସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିବେ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୨ନମ୍ବର ଓ୍ବାର୍ଡ କାରିଗିଲ ରୋଡ଼ ନିକଟସ୍ଥ ପଡ଼ିଆରୁ ବିଜେଡ଼ି ପଦଯାତ୍ରା ଆରମ୍ଭ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବସରରେ ବିଜେଡ଼ି ରାଜ୍ୟ କାର୍ଯ୍ୟଳୟରେ ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ଥିବା ଏହି ଜନସମ୍ପର୍କ ଅଭିଯାନକୁ ପ୍ରତି ଓ୍ବାର୍ଡରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବର ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାର କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତି ଓ୍ବର୍ଡରେ ଜନସମ୍ପର୍କ ଅଭିଯାନ ସହିତ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ଦ୍ବରାନ୍ବିତ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ବରିଷ୍ଠ ବିଜେଡ଼ି ନେତା ଅରୂପ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
ଜିଲ୍ଲା ମହିଳା ଜନତା ଦଳର ସଭାନେତ୍ରୀ ଭାରତୀ ସିଂହ, ବିଜୁ ଯୁବ ଜନତା ଦଳର ସଭାପତି ଅମରଜିତ ସେନାପତି, ଛାତ୍ର ଜନତାର ଦଳର ସଭାପତି କଳ୍ପତରୁ ଓଝା, ରାଜ୍ୟ ସମ୍ପାଦକ ବିରଞ୍ଚିନାରାୟଣ ମହାସୁପକାର, ଜିଲ୍ଲା ସମ୍ପାଦକ ସମରେନ୍ଦ୍ର ସାହୁ ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ମାଲିଆ ପ୍ରମୁଖ ଆଲୋଚନାରେ ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଶତାଧିକ କର୍ମୀ, ପୂର୍ବତନ କର୍ପୋରେଟର, ଆଇନଜୀବୀ ସାମ୍ମାଖ୍ୟ ଓ ଦଳର ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗାଦେଇଥିଲେ।

Comments are closed.