Odisha Link
Bridging the Missing Links in Odisha

ରାଜ୍ୟରେ ସବୁ ଫେଲ୍, କିନ୍ତୁ ନବୀନ ବାବୁ ପାସ୍

ଭୁବନେଶ୍ବର: ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଅସାଧୁ ବ୍ୟବସାୟୀଙ୍କ ସହ ରାଜ୍ୟ ସରକାରଙ୍କ ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟରେ ଏପରି ଅବସ୍ଥା ଉପୁଜିଛି। ରାଜ୍ୟ ସରକାର ୨୦ ବର୍ଷ ଧରି ଶାସନ କରିବା ସତ୍ତ୍ବେ ସଂରକ୍ଷଣ ବ୍ୟବସ୍ଥା କରିପାରିଲେନି। ପିଆଜ ଅମଳ ସମୟରେ ଚାଷୀ ଅଭାବୀ ବିକ୍ରି କଲେ କିନ୍ତୁ ସରକାର କିଛି ପଦକ୍ଷେପ ନେଲେ ନାହିଁ। ହେଲେ ଏବେ ଦର ଆକାଶଛୁଆଁ ହେବାରୁ ସରକାରଙ୍କ ଚିନ୍ତା ପଶୁଛି ବୋଲି ସମୀର ମହାନ୍ତି କହିଛନ୍ତି।

ରାଜ୍ୟ ସରକାର ଖୋଲା ବଜାରରୁ କିଣି କାହିଁକି ଲୋକଙ୍କୁ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମୀର। ଏଥିସହିତ ସେ କଟାକ୍ଷ କରି କହିଛନ୍ତି ଯେ, ରାଜ୍ୟରେ ଆଳୁ ମିଶନ ଫେଲ୍, ପିଆଜ ମିଶନ ଫେଲ କିନ୍ତୁ ନୀବନ ବାବୁ ପାଶ୍‌ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

ସୂଚନାଥାଉକି ବେଶ୍‌ କିଛିଦିନ ହେବ ରାଜ୍ୟ ସମେତ ଦେଶରେ ପିଆଜ ଦର ଆକାଶ ଛୁ୍ଆଁ। ପ୍ରାୟ ପ୍ରତ୍ୟେକ ବର୍ଷ ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହୋଇଥାଏ। ଏସବୁକୁ ଦୃଷ୍ଠିରେ ରଖି ରାଜ୍ୟ ସରକାର ୨୦୧୫ ମସିହାରେ ପିଆଜ ମିଶନ ଆରମ୍ଭ କରିଥିଲେ। ହେଲେ ଏଥିରୁ କିଛି ସୁଫଳ ଏପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ମିଳିନାହିଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.