୨ରୁ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଭୁବନେଶ୍ବର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେପି ପକ୍ଷରୁ ଦେଶବ୍ୟାପି ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ। ଗାନ୍ଧୀଜୀଙ୍କ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ବରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କଟକର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତିପୀଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂକଳ୍ପ ପଦଯାତ୍ରା ଆରମ୍ଭ କରିବେ। ପଦଯାତ୍ରା ବେଳେ ଗାନ୍ଧୀଜୀଙ୍କ ସ୍ବଦେଶୀ ବାର୍ତ୍ତା ସହିତ ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କ ସଚେତନା କରାଯିବ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକବିହୀନ ସୁଖପ୍ରାପ୍ତ, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଏବଂ ତ୍ୟାଗ ବିହୀନ ଉପସନା ଭଳି ୭ଟି ସାମାଜିକ ପାପରୁ ନିବୃତ ରହିବା ପାଇଁ ସମାଜକୁ ଆହ୍ବାନ ଦିଆଯିବ। ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହେବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇ