ଆରମ୍ଭ ହେଲା ଶ୍ରୀମନ୍ଦିରର ୭୫ ମିଟର ସର୍ଭେ

ପୁରୀ: ଆଜି ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ୭୫ ମିଟର ପରିଧି ମଧ୍ୟରୁ ଉଚ୍ଛେଦ ପ୍ରସଙ୍ଗରେ ସର୍ଭେ ଆରମ୍ଭ ହୋଇଛି। ଆରମ୍ଭ ହୋଇଛି ୭୫ ମିଟର ପରିଧି ମଧ୍ୟରେ ସାମାଜିକ ସର୍ଭେ। ଏଥିପାଇଁ ୫ ଜଣ ନବ ନିଯୁକ୍ତ ଆଇଏସ ୫ଟି ଟିମରେ ଭାଗ ହୋଇ ସର୍ଭେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମାସକ ମଧ୍ୟରେ ସର୍ଭେ କାମ କରିବାକୁ ସମୟ ନିର୍ଦ୍ଧାରଣ ହୋଇଛି।
ସମ୍ପୃକ୍ତ ଆଇଏସମାନେ ହେଲେ ସୂର୍ୟ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ। ଏମାନେ ସମସ୍ତେ ୨୦୧୮ ବ୍ୟାଚର ଆଇଏଓ ଅଫିସର।