Odisha Link
Bridging the Missing Links in Odisha

ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି, କହିଲେ..

ରାଞ୍ଚି: ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ୟାପଟେନ୍‌ କୁଲ ତଥା ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି। ପ୍ରଶଂସା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଆଜି ଯେଉଁ ଶିଖରରେ ପହଞ୍ଚିଛି, ତାହା ପଛରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ ଅଧିକ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଧୋନି ଯେ କେବଳ ଜଣେ ସଫଳ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ନୁହନ୍ତି, ବରଂ ସେ ଜଣେ ଭାରତର ସବୁଠାରୁ ସଫଳ କ୍ୟାପଟେନ୍। ଧୋନି ହେଉଛନ୍ତି ଝାରଖଣ୍ଡର ରାଜଧାନୀ ରାଞ୍ଚିର ବାସିନ୍ଦା।

ଏଥିସହିତ ସେ କହିଛନ୍ତି ଯେ, ଧୋନିଙ୍କ ପାଇଁ ଆଜି ରାଞ୍ଚି ସାରା ବିଶ୍ୱରେ ପରିଚିତ ହୋଇପାରିଛି। ତେବେ ଏହା ଆଉ ନୁହେଁ ବରଂ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ରାଞ୍ଚି ୟୁନିଭର୍ସିଟିର ୩୩ତମ ସମ୍ମିଳନ ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି କୋବିନ୍ଦ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ଝାରଖଣ୍ଡର ଅନେକ ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିଥିଲେ ଏବଂ କହିଥିଲେ, “ଧୋନି ରାଞ୍ଚିକୁ କ୍ରିକେଟର ଦୁନିଆରେ ଖୁବ୍ ପରିଚିତ କରାଇଛନ୍ତି।

ଧୋନି ମୋତେ ରବିବାର ସାକ୍ଷାତ କରିଥିଲେ। ତାଙ୍କ ସହ ସାକ୍ଷାତ କରିବା ମୋତେ ଭଲ ଲାଗିଥିଲା। ଧୋନି ବହୁତ ସାଧାରଣ ଜୀବନଯାପନ କରନ୍ତି ଏବଂ ଏହି କାରଣରୁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି। ଏହାଛଡ଼ା ସବୁଠାରୁ ବଡ଼ କଥା ହେଉଛି, ଧୋନି ଜଣେ ପ୍ରତିଭାଶାଳୀ ଖେଳାଳି।” ରାଷ୍ଟ୍ରପତି ଏହି ଅବସରରେ ତୀରନ୍ଦାଜ ଦୀପିକା କୁମାରୀ ଏବଂ ୧୯୨୮ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଟିମର କ୍ୟାପଟେନ୍ ଜୟପାଲ୍ ସିଂହ ମୁଣ୍ଡାଙ୍କ ଉପଲବ୍ଧିକୁ ମଧ୍ୟ ମନେ ପକାଇଥିଲେ। ଏହି ଦୁଇ କ୍ରୀଡ଼ାବିତ୍ ମଧ୍ୟ ଝାରଖଣ୍ଡରୁ ଆସିଛନ୍ତି।

Comments are closed.