Odisha Link
Bridging the Missing Links in Odisha

ଫେରୋକ୍ରମ କାରଖାନାରେ ତାତିଲେ ଛଟେଇ କର୍ମଚାରୀ

ଯାଜପୁର: ଯାଜପୁର ଫେରୋକ୍ରମ କାରଖାନାରେ କତ୍ତୃପକ୍ଷ ୧୦୫ଜଣଙ୍କୁ ବିନା ନୋଟିସରେ ଛଟେଇ କରିଥିବା ପ୍ରତିବାଦରେ କର୍ମଚାରୀମାନେ କାରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି।
ଏବେ ସବୁ ଆଡ଼େ ପାର୍ବଣ ଋତୁ ଚାଲିଛି। ଏହି ସମୟରେ ପ୍ରତି କାରଖାନାରେ କର୍ମଚାରୀଙ୍କୁ ଭେଟି ବା ବୋନସ ପ୍ରଦାନ କରାଯାଉଥିବା ବେଳେ ଯାଜପୁର ରୋଡ଼ସ୍ଥିତ ଫେରୋକ୍ରମ କାରଖାନାରେ ଛଟେଇ ଅଭିଯୋଗ ଆସିଛି । କାରଖାନାରେ ୧୦୫ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କର୍ମଚାରୀଙ୍କ ଗେଟପାସ ଧ ପରିଚୟପତ୍ର ରଦ୍ଦ ଦର୍ଶାଇ ଗେଟ କାରଖାନା ଭିତରକୁ ଯିବାକୁ ବାରଣ କରାଯାଇଛି । ଫଳରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଖାନା ଗେଟ ବାହାରେ ଉତ୍ୟକ୍ତ ହୋଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Comments are closed.