Odisha Link
Bridging the Missing Links in Odisha

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

ବ୍ରହ୍ନପୁର: ଗଞ୍ଜାମ ଜିଲା ରମେୟାପାଟଣା ଓ ଚନ୍ଦନବାଡ଼ ଦୁଇ ଗ୍ରାମ ମଧ୍ୟରେ ସୋମବାର ରାତିରେ ଗଣ୍ଡଗୋଳ ହୋଇଛି। ବାହୁଦା ନଦୀ ମୁହାଣରେ ମାଛମରାକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ ପକ୍ଷରୁ ୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଗୋଳନ୍ଥରା ଓ ସୋନପୁର ମେରାଇନ ପୁଲିସ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିଥିଲେ। ଦୁଇ ଗାଁରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବାହୁଦା ମୁହାଣରେ ୧୪୪ ଧାରା ଜାରି କରାଯାଇଛି।

Comments are closed.