Odisha Link
Bridging the Missing Links in Odisha

କ୍ରିକେଟ ଆଡଭାଇଜର ମୁଖ୍ୟ ପଦ ଛାଡିଲେ କପିଲ ଦେବ

ନୂଆଦିଲ୍ଲୀ: କପିଲ ଦେବ ଇସ୍ତଫା ଦେଇଛନ୍ତି । ସେ ବିସିସିଆଇ ସିଏସି ମୁଖ୍ୟ ପଦରୁ ଇସ୍ତାଫା ଦେଇଛନ୍ତି । କପିଲ କ୍ରିକେଟ ଆଡଭାଇଜର କମିଟିର ମୁଖ୍ୟ ପଦବିରେ ଥିଲେ । କପିଲ୍ ଇସ୍ତଫା ପତ୍ରରେ ଇସ୍ତଫା ଦେବାର କୌଣସି କାରଣ ଦର୍ଶାଇ ନାହାଁନ୍ତି । ନିକଟରେ ସିଏସି ସଦସ୍ୟଙ୍କୁ ବିସିସିଆଇର ଏଥିକ୍ସ କମିଟି ନୋଟିସ୍ କରିଥିଲା । କପିଲ ଏକ ଇମେଲ ଜରିଆରେ ନିଜର ଇସ୍ତଫାପତ୍ରକୁ ସିଏସିକୁ ପଠାଇଛନ୍ତି ।

Comments are closed.