Odisha Link
Bridging the Missing Links in Odisha

ଆତଙ୍କୀ ଆକ୍ରମଣର ମୁକାବିଲା: ଜ୍ଞାନ ଦେଲେ ଏନଆଇଏ ଡିଜି

ଭୁବନେଶ୍ୱର: ଓଡ଼ିଶାରେ ଏଏନଆଇଏ ଡ଼ିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କୀ ଆକ୍ରମଣ ବେଳେ କିଭଳି ଏହାର ମୁକାବିଲା କରିହେବ ସେନେଇ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ଏନଆଇଏ ଡ଼ିଜି ଯୋଗେଶ ଚନ୍ଦ୍ର ମୋଦି। ଏନେଇ ଏକ ତାଲିମ ଶିବିର ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିଲା। ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ବିଶେଷକରି ସମୁଦ୍ରପଥ ଦେଇ ଆତଙ୍କୀ ଆକ୍ରମଣର ସମ୍ଭାବନା ବେଶି ରହିଛି। କେନ୍ଦ୍ର ଗୋଇନ୍ଦା ବିଭାଗ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି। ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଲିଙ୍କରେ ଅବଦୁର୍ ରହମାନ ଏବଂ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି।
ତେଣୁ ସମୁଦ୍ର ଉପକୂଳ ଜିଲ୍ଳା ବିଷୟରେ ମୋଦି ଡ଼ିଜିପିଙ୍କ ସହ ଆଲେଚନା କରି କେମିତି ଆତଙ୍କୀ ଆକ୍ରମଣର ମୁକାବିଲା କରିବେ ସେ ନେଇ ଟିପ୍ସ ଦେଇଛନ୍ତି। ନକ୍ସଲ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ରୋକ୍ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି। ବିଶେଷ କରି ଓଡିଶାର ଐତିହ୍ୟ ଓ ମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିହେବ ସେନେଇ ବାଟ ବତାଇଇଛନ୍ତି ଅଧିକାରୀ। ଏହି ପାଣ୍ଠି ବନ୍ଦ ହୋଇଗଲେ ନକ୍ସଲ ଓ ଆତଙ୍କବାଦ ବି ବନ୍ଦ ହୋଇଯିବ ବୋଲି କହିଛନ୍ତି ଏନଆଇଏ ଡିଜି।

Comments are closed.