Odisha Link
Bridging the Missing Links in Odisha

ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟି ଡ୍ରାଇଭର ମୃତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବାଇଗଣ ବୋଝେଇ ଗାଡି ଓଲଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଡିଟି ଜି ଉଦୟଗିରି ପଟୁ ଭଞ୍ଜନଗର ଯାଉଥିଲା।
ଗାଡିଟି କ୍ଷିପ୍ର ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟି ହୋଇଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଘାଟି ତଳକୁ ଖସି ନାହିଁ। ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ସତ୍ୱେ ଗାଡିଚାଳକ ମାନେ ବେପରୁଆ ଭାବେ ଗାଡି ଚଳାଉଛନ୍ତି।

Comments are closed.