Odisha Link
Bridging the Missing Links in Odisha

ରେଳବାଇର ସ୍ୱଚ୍ଛତା ସର୍ଭେ ତାଲିକା: ଶ୍ରେଷ୍ଠ ୧୦ରେ ରାଜସ୍ଥାନର ୬ଟି ଷ୍ଟେସନ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ରେଳବାଇର ସ୍ୱଚ୍ଛତା ସର୍ଭେର ତାଲିକା। ରେଳମନ୍ତ୍ରୀ ପୀୟୁଷ ଗୋୟଲ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ବିଷୟ ଘୋଷଣା କରିଛନ୍ତି। ରେଳବାଇର ସ୍ୱଚ୍ଛତା ସର୍ଭେରେ ଦେଶର ଶ୍ରେଷ୍ଠ ୧୦ ତାଲିକାରେ ରେଳ ଷ୍ଟେସନ ମଧ୍ୟରୁ ରାଜସ୍ଥାନର ୬ଟି ଷ୍ଟେସନ ଥିବା ଜଣାଯାଇଛି। ରାଜସ୍ଥାନର ଏହି ୬ଟି ଷ୍ଟେସନ ହେଲା ଜୟପୁର, ଦୁର୍ଗାପୁରା, ଗାନ୍ଧୀନଗର, ଯୋଧପୁର, ଉଦୟପୁର ଓ ଆଜମେର। ଦେଶର ଅନ୍ୟ ୪ଟି ସ୍ୱଚ୍ଛ ଷ୍ଟେସନ ହେଉଛି ଜମ୍ମୁ-ତବି, ସୁରତଗଡ଼, ବିଜୟୱାଡା ଓ ହରିଦ୍ୱାର।

ହେଲେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଦେଶ-ବିଦେଶର ସବୁଠାରୁ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ବି ଏଠାକାର ଗୋଟିଏ ବି ଷ୍ଟେସନ ଶ୍ରେଷ୍ଠ ୧୦ଟି ସ୍ୱଚ୍ଛତା ତାଲିକାରେ ସ୍ଥାନ ପାଇନାହିଁ । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ୨୬ତମ ସ୍ଥାନରେ ରହିଛି । ସେହିପରି ନୂଆଦିଲ୍ଲୀର ସ୍ଥାନ ୧୬୫ତମ ଥିବା ବେଳେ ହଜରତ ନିଜାମୁଦ୍ଦିନର ସ୍ଥାନ ୨୪୧ ରହିଛି । ଦିଲ୍ଲୀର ଛାବଭୀ, ୩୮୯, ଦିଲ୍ଲୀ ଜଙ୍କସନ ୩୯୦ ଓ ଶହାଦରାକୁ ୩୭୮ ସ୍ଥାନ ମିଳିଛି ।

Comments are closed.