Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ

ବ୍ରହ୍ମପୁର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ। ବ୍ରହ୍ମପୁରର ପ୍ରସିଦ୍ଧ ପିଢ଼ା ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ ବ୍ରହ୍ମପୁରସ୍ଥିତ ପିଢ଼ା ହୋଟେଲ ବିଏମସି ପକ୍ଷରୁ ନିର୍ମିତ ଦୋକାନ ଘରେ ଚାଲିଛି। ଦୋକାନ ଗୃହର ମାଲିକାନା ସତ୍ତ୍ୱ ବଦଳାଇବା ନିମନ୍ତେ ଲକ୍ଷ୍ମୀ ପ୍ରସାଦ ହୋଟେଲ ମାଲିକ ନାରାୟଣ ସାହୁଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ନାରାୟଣ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

Comments are closed.