Odisha Link
Bridging the Missing Links in Odisha

ଜାଣନ୍ତୁ ୱାର ବଡ଼ ସଫଳତା

ଭୁବନେଶ୍ବର : ସିଦ୍ଧାର୍ଥ  ଆନନ୍ଦଙ୍କ ନିର୍ଦ୍ଦେଶିତ ସିନେମା ୱାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଛି । ଚଳିତ ବର୍ଷ ହିନ୍ଦୀ ସିନେମା ମଧ୍ୟରେ ୱାର ସିନେମାଟି ପ୍ରଥମ ଦିନରେ ସର୍ବାଧିକ ଆୟ କରିପାରିଛି । ‘ଓ୍ବାର’ ରିଲିଜ ପୂର୍ବରୁ ପ୍ରି ସେଲିଂରେ 30 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ କରିଥିଲା ଏବଂ ରିଲିଜର ପ୍ରଥମ ଦିନରେ ୫୦.୭୫ କୋଟି ଟଙ୍କା କଲେକ୍ସନ କରିଛି । ଗତବର୍ଷ ରେକର୍ଡ କରିଥିବା ସିନେମା ଅର୍ଥାତ ଅମୀର ଖାନ ଓ ଅମିତାଭ ବଚ୍ଚନଙ୍କ ‘ଠଗ୍‌ସ ଅଫ ହିନ୍ଦୁସ୍ତାନ’ ଏହି ସିନେମା ପଛକୁ ପକେଇ ଦେଇଛି । ଏହି ସିନେମାରେ ଉଭୟ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ୍‌ ଧମାକା ଦାର ଓପନିଂ କରିଛନ୍ତି ।


ଗତବର୍ଷ ହ୍ରିତିକଙ୍କ ‘ବ୍ୟାଙ୍ଗ ବ୍ୟାଙ୍ଗ’ ପ୍ରଥମ ଦିନରେ ୨୪.୪୦ କୋଟି ଆୟ କରିଥିବା ବେଳେ ଟାଇଗରଙ୍କ ‘ବାଘୀ-୨’ ରେ ୨୫ କୋଟି ଟଙ୍କା କଲେକ୍ସନ କରିପାରିଥିଲା । କିନ୍ତୁ ‘ଓ୍ବାର’ ଛୁଟିଦିନରେ ରିଲିଜ ହୋଇଥିବାରୁ ୫୦ କୋଟି ଆୟ କରିପାରିଛି । ସିନେମାଟି  ‘ଓ୍ବାର’ ୩ ହଜାର ୮ଶହ ହଲ୍‌ରେ ରିଲିଜ ହୋଇଛି। ୟଶରାଜ ବ୍ୟାନରରେ ନିର୍ମିତ ଏହି ସିନେମାରେ ହ୍ରିତିକ, ଟାଇଗରଙ୍କ ସହ ବାଣୀ କପୁର ମଧ୍ୟ ରହିଛନ୍ତି। ଏଥିରେ ଟାଇଗରଙ୍କୁ ହ୍ରିତିକଙ୍କ ଶିଷ୍ୟ ଭୂମିକାରେ ଦେଖିବାକୁ ମିଳିଛି।

Comments are closed.