Odisha Link
Bridging the Missing Links in Odisha

ଉଦଯାପିତ୍ ହେଲା ଆନ୍ତଃର୍ଜାତୀୟ ତ୍ରି-ଦିବସୀୟ ସମ୍ମିଳନୀ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ତ୍ରି-ଦିବସୀୟ ଆନ୍ତଃର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ୨ତାରିଖ ଦିନ ଏହା ଉଦଘାଟନ୍ ହୋଇଥିଲା । ଏହି ସମ୍ମିଳନୀରେ ଭାରତ ତଥା ଦକ୍ଷିଣ ଏସିଆରେ ଗ୍ରାମ୍ୟ ବିକାଶ ଓ ସାମାଜିକ ପରିବର୍ତନ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏଥିରେ ନେପାଳ, ବାଙ୍ଗାଲଦେଶ, ଆମେରିକା ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଗବେଷକମାନେ ନିଜର ଆର୍ଟିକିଲ ପ୍ରଦର୍ଶନ ପାଇଁ ପଠାଇଥିଲେ ।


ଆମେରିକାର କାର୍ଲିଫୋନିଆ ବିଶ୍ୱବିଦ୍ୟାଳୟର ତ୍ରିଲୋକିନାଥ ପାଣ୍ଡେ, ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ ଓ ଭାରତୀୟ ସାମାଜିକ ବିଜ୍ଞାନ ସଘଂର ସଭାପତି ପ୍ରଫେସର ଇନ୍ଦିରା ଏବଂ ସଚିବ ଦିପ୍ତିରଞ୍ଜନ ସାହୁ, ବାଣୀବିହାରର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ଆୟୋଜକ ଡଃ. ରବିନ୍ଦ୍ର ଗାରଡ ନିଜର ବକ୍ତବ୍ୟ ରଖିଥିଲେ । ସ୍ଥାୟୀ କୃଷି, ସହଭାଗିତାପୂର୍ଣ୍ଣ ବିକାଶ, ନାରୀ ସଶକ୍ତୀକରଣ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ, ବିଜ୍ଞାନ ଓ ବୈଷୟିକ ବିକାଶ, ଗ୍ରାମାଚଂଳ ଓ ସହରାଚଂଳ ବିକାଶ ଆଦି ବିଷୟବସ୍ତୁ ଉପରେ ପୁଖାଂନୁପୁଖଂ ଆଲୋଚନା ହୋଇଥିଲା । ମହାତ୍ମାଗାନ୍ଧୀଙ୍କ ଗ୍ରାମ୍ୟ ବିକାଶର ଚିନ୍ତା ଧାରା ଉପରେ ଭାରତ ଓ ଦକ୍ଷିଣ ଏସିଆ କିଭଳି ଗାନ୍ଧିଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଛନ୍ତି ସେ ନେଇ ଆଲୋଚନା ହୋଇଥଲା ।

Comments are closed.