Odisha Link
Bridging the Missing Links in Odisha

ଅନୁଗୁଳ ଗାନ୍ଧିମାର୍ଗରେ ଗୁଣ୍ଡାରାଜ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗରେ ଦିନକୁ ଦିନ ଦୁବୃର୍ତ୍ତଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଜଣେ ଫାଇନାନ୍ସ କମ୍ପାନୀର ରିକଭରି ଏଜେଂଟକୁ ନିସ୍ତୁକ ମାଡ ମାରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଏହି ଏଜେଂଟ ଜଣଙ୍କ। ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି। ଘଟଣା ଅକ୍ଟୋବର ୨ତାରିଖର। ଗାନ୍ଧିମାର୍ଗରେ ବୁଲେଟରେ ଯାଉଥିବା ଏହି ଫାଇନାନ୍ସ କମ୍ପାନୀର ରିକଭରି ଏଜେଂଟଙ୍କ ବାଟ ଓଗାଳିଥିଲେ ୪ ଦୁବୃର୍ତ୍ତ। ଦୁଇଟି ବାଇକରେ ଏହି ଦୁବୃର୍ତ୍ତମାନେ ଆସିଥିଲେ। ମୁହଁରେ କପଡା ବାନ୍ଧିବା ସହିତ ବାଇକର ନମ୍ବର ପ୍ଲେଟ ମଧ୍ୟ ଘୋଡାଇ ଦେଇଥିଲେ।
ଜଣେ ଦୁବୃର୍ତ୍ତ ବାଇକ ପାଖରେ ରହିଥିବା ବେଳେ ଅନ୍ୟ ୩ଜଣ ରିକଭରି ଏଜେଂଟକୁ ଆକ୍ରମଣ କରିଥିଲେ। କ୍ରିକେଟ ଷ୍ଟମ୍ପରେ ଅତି ନିର୍ଦୟ ଭାବେ କରିଚାଲିଥିଲେ ପ୍ରହାର। ରାସ୍ତାରେ ଏପରି ଗୁଣ୍ଡାରାଜ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ରୋକିବାକୁ ସାହସ ବି କରିପାରିନଥିଲେ। ଜୀବନ ବିକଳରେ ରିକଭରି ଏଜେଂଟ ଜଣଙ୍କ ଏକ ରାସନ ଦୋକାନ ଭିତରକୁ ପଶିଯାଇଥିଲେ। ଦୁବୃର୍ତ୍ତମାନେ ଦୋକାନ ଭିତରୁ ଟାଣିଆଣି ତଳେ ପକାଇ ପୁଣି ପିଟିଥିଲେ। ପୁରା ଘଟଣା ଏବେ ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.