Odisha Link
Bridging the Missing Links in Odisha

ନିଜ ପୁରୁଷ ବନ୍ଧୁଙ୍କ ଉପରେ ଅଭିଯୋଗ ଆଣିଲେ ବିଗବସ ପ୍ରତିଯୋଗୀ କୋଏନା ମିତ୍ର

ଭୁବନେଶ୍ବର : ବିଗବସ୧୩ ସିଜିନରେ ଲୋକଙ୍କ ପ୍ରିୟ ଧାରାବାହିକର କଳାକାର ନଜର ଆସିଛନ୍ତି । ଏବଂ ବଲିଉଡ଼ ଅଭିନେତା ସଲମାନ ଖାଁ ଏହି ଶୋ ଟିକୁ ପରିଚାଳନା କରୁଛନ୍ତି । ଦର୍ଶକ ମାନେ ଶୋ’ଟିକୁ ବହୁତ ଉପଭୋଗ କରୁଛନ୍ତି । ଏଥର ସୋ’ ରେ ପ୍ରତିଯୋଗୀ ମାନଙ୍କ ଭିତରେ ଲଭ ଟ୍ରାଇଙ୍ଗଲ ଦେଖିବାକୁ ମିଳିଛି । ପ୍ରତିଯୋଗୀ ମାନେ ନିଜ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ମଧ୍ୟ ବହୁତ କିଛି କହିଛନ୍ତି ।


ପ୍ରତିଯୋଗୀ କୋଏନା ନିଜ ବ୍ୟକ୍ତିଗତ ଜୀବନ ଉପରେ ଗୋଟେ ବଡ ଖୋଲାସା କରିଛନ୍ତି । ତାଙ୍କର ୭ ବର୍ଷ ପୂର୍ବରୁ ତୁର୍କୀର ଏକ ବ୍ୟକ୍ତି ଙ୍କ ସହ ସମ୍ବନ୍ଧ ଗଢ଼ି ଉଠିଥିଲା । ପ୍ରଥମେ ପ୍ରଥମେ ତାଙ୍କର ସମ୍ବନ୍ଧ ବହୁତ ଭଲରେ ଚାଲିଥିଲା କିନ୍ତୁ କିଛି ଦିନ ପରେ ତାଙ୍କ ପୁରଷ ବନ୍ଧୁ ତାଙ୍କ ସହ ଅଜବ ପ୍ରକାରର ବ୍ୟବହାର କରିବାକୁ ଲାଗିଲେ । ଏମିତିକି କୋଏନାଙ୍କୁ ସେ ନିଜ ଘର ବାଥ୍ରୁମରେ ବନ୍ଦ କରିଦେଇଥିଲେ । କାରଣ କୋଏନା ଯେପରି କାମକୁ ଯାଇନପାରନ୍ତି । ଏହା ସହ ସେ କେବେବି ତୁର୍କୀ ଯାଆନ୍ତି ତେବେ ସେ କୋଏନାଙ୍କ ପାସ ପୋର୍ଟକୁ ଜାଳିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

Comments are closed.