Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟ୍ରକ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଶିଉଳା ଛକ ଠାରେ ଏକ ଟ୍ରକ ଓଲଟି ପଡିଥିବା ସୂଚନା ମିଳିଛି। ପଥର ବୋଝେଇ କରି ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବର ଗଛରେ ପିଟି ହୋଇଯାଇଥିଲା। ଯାହା ଫଳରେ ଟ୍ରକର ଡ୍ରାଇଭର ରଞ୍ଜନ ସ୍ୱାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି। ଡ୍ରାଇଭରଙ୍କ ଘର ପିପିଲି ଥାନା ଅନ୍ତର୍ଗତ ଉଜାଡିପଡା ଗ୍ରାମରେ ବୋଲି ଜଣା ପଡ଼ିଛି।

Comments are closed.